ସତ୍ୟବାଦୀ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ! ଘଟଣାସ୍ଥଳରେ ତହସିଲଦାରଙ୍କୁ ପିିଟିଲେ ଲୋକେ

19

କନକ ବ୍ୟୁରୋ : ପିପିଲି ସତ୍ୟାବାଦୀରେ ତହସିଲଦାରଙ୍କୁ ମାଡ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଲାଗି ରହିଥିବା ଉତେଜନାସ୍ଥଳରେ ପହଂଚିଥିଲେ କଣାସ ତହସିଲଦାର । ସେଠାରେ ତାଙ୍କୁ ଉତ୍ୟେକ୍ତ ଲୋକ ଆକ୍ରମଣ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ପୁରୀ ସ୍ୱାର୍ଗଦ୍ୱାରରୁ ଶବଦାହ କରି ଫେରିବାର ବାଟରେ ଦୁର୍ଘଟଣା ହୋଇଥିଲା । ପୁରୀ ସତ୍ୟବାଦୀ ନିକଟରେ ଏକ ପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି ।

୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଲୋକେ ପୋଡାଜଳା କରି ଅବରୋଧ କରିଛନ୍ତି । ପରିସ୍ଥିତିକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ପହଂଚିଥିଲେ କଣାସ ତହସିଲଦାର । ତେବେ ତହସିଲଦାର ମଧ୍ୟ ସ୍ଥାନୀୟ ଉତ୍ୟେକ୍ତ ଲୋକଙ୍କ ରୋଷରୁ ବର୍ତ୍ତି ପାରିନାହାନ୍ତି । ତହସିଲଦାରଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ସେହିପରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଆଜି ଦୁର୍ଘଟଣା ଘଟିଛି । ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମର୍ଣ୍ଣିଂ ୱାର୍କ କରିବା ବେଳେ ପଛପଟୁ ଧକ୍କା ଦେଇ ଫେରାର ହୋଇଛିଯାଇଛି ଅଜଣାଗାଡି । ଦୁର୍ଘଟଣାକୁ ନେଇ କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ କଳିଙ୍ଗ ଷ୍ଟାଡିୟମ ଗେଟ ଖୋଲିବା ପାଇଁ ଦାବି କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଗତ କିଛି ଦିନ ହେବ କଳିଙ୍ଗ ଷ୍ଟାଡିୟମ ଗେଟ୍ ବନ୍ଦ ହେବା ଯୋଗୁଁ ଲୋକେ ରାସ୍ତାକଡରେ ମର୍ଣ୍ଣିଂ କରୁଛନ୍ତି । ଯାହାର ପରିଣାମ ଆଜି ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।