ପାଟଣାଗଡ ପିଲା ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ! ସିସିଟିଭି ଫୁଟେଜ ଆଧାରରେ ଉଦ୍ଧାର ହେଲା ୪ ଦିନର ଶିଶୁ
କନକ ବ୍ୟୁରୋ : ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁ । ପାଟଣାଗଡ ପିଲା ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଉଦ୍ଧାର ହେଲା ଚୋରି ହୋଇଥିବା ୪ ଦିନର ଶିଶୁ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି । ଗତ ୬ ତାରିଖରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ଶିଶୁକୁ ଜଣେ ମହିଳା ନେଇଯାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶିଶୁ କକ୍ଷର ୭୬ ନମ୍ବର କ୍ୟାବିନରୁ ଜଣେ ଅଜଣା ମହିଳା ସର୍ମ୍ପକୀୟ ବୋଲି ପରିଚୟ ଦେଇ ପିଲାଟିକୁ ଖେଳାଇବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ମହିଳା ଜଣଙ୍କ ଆଶାକର୍ମୀ ବେଶରେ ଆସିଥିବା ବେଳେ ତା ସହଯୋଗୀ ବାହାରେ ଏକ ବାଇକ୍ରେ ଅପେକ୍ଷା କରିଥିବା ସ୍ଥାନୀୟ ଲୋକେ କହିଥିଲେ । ଶିଶୁ ଚୋରି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା ।