କନକ ବ୍ୟୁରୋ : ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁ । ପାଟଣାଗଡ ପିଲା ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଉଦ୍ଧାର ହେଲା ଚୋରି ହୋଇଥିବା ୪ ଦିନର ଶିଶୁ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି । ଗତ ୬ ତାରିଖରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ଶିଶୁକୁ ଜଣେ ମହିଳା ନେଇଯାଇଥିଲେ ।
ଶିଶୁ କକ୍ଷର ୭୬ ନମ୍ବର କ୍ୟାବିନରୁ ଜଣେ ଅଜଣା ମହିଳା ସର୍ମ୍ପକୀୟ ବୋଲି ପରିଚୟ ଦେଇ ପିଲାଟିକୁ ଖେଳାଇବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ମହିଳା ଜଣଙ୍କ ଆଶାକର୍ମୀ ବେଶରେ ଆସିଥିବା ବେଳେ ତା ସହଯୋଗୀ ବାହାରେ ଏକ ବାଇକ୍ରେ ଅପେକ୍ଷା କରିଥିବା ସ୍ଥାନୀୟ ଲୋକେ କହିଥିଲେ । ଶିଶୁ ଚୋରି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/child.jpg)