ଦୁଗ୍ଧ ଜାତୀୟ ସାମଗ୍ରୀ କାରବାରରେ ପ୍ରବେଶ କଲା ପତଂଜଳି ଗ୍ରୁପ : ଦୀପାବଳିରୁ ଆରମ୍ଭ ହେବ ପୋଷାକ ବିକ୍ରି

44

କନକ ବ୍ୟୁରୋ : ଦୁଗ୍ଧଜାତୀୟ ସାମଗ୍ରୀ କାରବାରରେ ପ୍ରବେଶ କରିଛି ପତଞ୍ଜଳି ଗ୍ରୁପ । ବଜାରରେ ଏବେ ମିଳିବ ପତଞ୍ଜଳିର ଦୁଧ, ଦହି, ପନିର ଓ ଘୋଳଦହି । ଆଜି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ବାବା ରାମଦେବ ଏହି ଘୋଷଣା କରିଛନ୍ତି । ଏଥିସହ ପତଞ୍ଜଳି ଦିବ୍ୟଜଳ ବି ଲଂଚ ହୋଇଛି । ଦୁଗ୍ଧଜାତୀୟ ସାମଗ୍ରୀରେ ମୋଟ ୫ଟି ଉତ୍ପାଦ ଲଂଚ କରିଛି ପତଞ୍ଜଳି । ଆସନ୍ତା ଦୀପାବଳିରେ ପତଞ୍ଜଳି ପୋଷାକ ବି ଲଂଚ କରିବାକୁ ଘୋଷଣା କରିଛନ୍ତି ବାବା ରାମଦେବ । ଏଥି ମଧ୍ୟରେ ରହିଛି ଜିନ୍ସ, ସାର୍ଟ, ପ୍ୟାଂଟ, ଶାଢୀ, ଜୋତା, ଚପଲ । ଏହାପୂର୍ବରୁ ପତଞ୍ଜଳିର ବିଭିନ୍ନ ସାମଗ୍ରୀ ବଜାରରେ ବେଶ ଆଦୃତ ହୋଇଛି । ପତଞ୍ଜଳିର କ୍ଷୀର ଲିଟର ପ୍ରତି ୪୦ ଟଙ୍କା ଦରରେ ବିକ୍ରୀ ହେବ । ଆସନ୍ତାକାଲି ବଜାରରେ ୪ ଲକ୍ଷ ଲିଟର ଦୁଧ ବଜାରରେ ଉପଲବ୍ଧ ହେବ । ଏହାଦ୍ୱାରା ୨୦ ହଜାର ଲୋକଙ୍କୁ ରୋଜଗାର ମିଳିବ ।

ସୂଚନାଯୋଗ୍ୟ ଯୋଗରେ ସଫଳତା ପରେ ଔଷଧର ବିକ୍ରି ଆରମ୍ଭ କରିଥିବା ପତଞ୍ଜଳି ଏକ ଲାକପ୍ରିୟ ବ୍ରାଣ୍ଡ ହୋଇସାରିଛି । ଏକ କମ୍ପାନୀ ଅନୁସାରେ ଏହା ଅନେକ ଔଷକ୍ଷ ବ୍ୟତୀତ ଫାଷ୍ଟଫୁଡ଼୍ ଠାରୁ ଆରମ୍ଭ ରକି ପ୍ରସାଧନ ସାମଗ୍ରୀ ବିକ୍ରି କରି ସଫଳ ହୋଇପାରିଛି । ଲୋକଙ୍କ ମଧ୍ୟରେ ଏହାର ଟୁଥପେଷ୍ଟ, ମଂଞ୍ଜନ ଓ ଅନେକ ଉତ୍ପାଦ ଅତି ଲୋକପ୍ରିୟ ।