ରାଫେଲ ଡିଲ ନେଇ ଲୋକସଭାରେ ହଙ୍ଗାମା ! ରାହୁଲ କହିଲେ ପ୍ରଧାନମନ୍ତ୍ରୀଙ୍କଠାରୁ ଜବାବ ମାଗୁଛି ଦେଶ

125

କନକ ବ୍ୟୁରୋ : ରାଫେଲ ଡିଲକୁ ନେଇ ବିବାଦ ଥମୁ ନଥିବାବେଳେ ଆଜି ଏହାକୁ ନେଇ ଲୋକସଭାରେ ହଙ୍ଗାମା ହୋଇଛି । ରାହୁଲ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କଠାରୁ ଜବାବ ମାଗୁଛି ଦେଶ । ୧୨୬ରୁ ୩୬ଟି ବିମାନର ଡିଲ ହେଲା କାହିଁକି? ଆଇଏଏଫ ତାଲିକା ବଦଳାଇଲା କିଏ ବୋଲି ଗୃହରେ ରାହୁଲ ପ୍ରଶ୍ନ କରିଛନ୍ତି । ପୁରୁଣା ଡିଲ ବଦଳାଇବା ପଛର ରହସ୍ୟ କଣ ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି । ଗୃହକୁ ଆସି ଜବାବ ଦେବାକୁ ମୋଦିଙ୍କ ସାହସ ନାହିଁ । ରାଫେଲ ମାମଲାରେ ଜେପିସି ଦାବି କରିଛନ୍ତି ରାହୁଲ ଗାନ୍ଧୀ । କୋର୍ଟ ରାଫେଲ ଡିଲର ଜେପିସି ଯାଂଚ ପାଇଁ ମନାକରିନାହାନ୍ତି ।

ଏହା ବ୍ୟତୀତ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଗତ ଥର ପ୍ରଧାନମନ୍ତ୍ରୀ ଗୃହକୁ ଆସି ଭାଷଣ ଶୁଣିଥିଲେ । କିନ୍ତୁ ଆଜି ଗୃହ ଭିତରକୁ ପ୍ରବେଶ କରିବା ପାଇଁ ସେ ସାହସ କରିପାରୁନାହାନ୍ତି । ସେହିପରି ଅନୀଲ ଆମ୍ବାନୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତିି ଅନୀଲ ଜଣେ ବିଫଳ ବ୍ୟବସାୟୀ । ରାହୁଲଙ୍କ ବକ୍ତବ୍ୟ ମଝିରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଝିରେ ଛିଡ଼ାହୋଇ କହିଛନ୍ତି ଗତ ଥର ରାଫେଲ ଡିଲ ବିଷୟରେ ମିଛି କହିଥିଲେ ରାହୁଏ । ଆଉ ଆଜି ବି ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ।