ସାଂସଦ ରୂପେ ଶପଥ ନେଲେ ପ୍ରଧାନମନ୍ତ୍ରୀ : ମୋଦି ମୋଦି ନାରାରେ କମ୍ପିଲା ଗୃହ

182

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା ପାର୍ଲାମେଂଟର ବଜେଟ ଅଧିବଶେନ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପରୀକ୍ଷା ଆଜି ଆରମ୍ଭ ହେଉଛି । ଆଜି ୧୭ ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନୂଆ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ବଜେଟ୍ ବ୍ୟତୀତ ଅଟକିଥିବା ବିଲକୁ ପାରିବ କରିବା ପାଇଁ ଚେଷ୍ଟା କରିବ ବିଜେପି । ସେପଟେ ବୀରେନ୍ଦ୍ର କୁମାର କାମଚଳା ବାଚସ୍ପତି ରୂପରେ ଶପଥ କରିଛନ୍ତି । ସେ ସାଂସଦଙ୍କୁ ଶପଥ ଓ ପଦର ଗୋପନୀୟତା ପାଠ କରାଉଛନ୍ତି । ୧୭ ଜୁନରୁ ଆରମ୍ଭ ଏହି ଅଧେିବେଶର ୨୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ୫ ଜୁଲାଇରେ ବଜେଟ ଉପସ୍ଥାପନ କରିବେ ସରକାର । ଆଜି ରାଷ୍ଟ୍ରଗାନ ସହ ଆରମ୍ଭ ହୋଇଛି ଅଧିବେଶନ । ବର୍ତ୍ତମାନ ସମୟରେ ନବ ନିର୍ବାଚିତ ସାଂସଦମାନେ ଶପଥ ନେଉଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ରୂପେ ଶପଥ ଗ୍ରହଣ କରିସାରିଛନ୍ତି । ମୋଦିଙ୍କ ଶପଥ ଗ୍ରହଣ ସମୟରେ ସଦନରେ ମୋଦି ମୋଦି ନାରା ଗୁଞ୍ଜରଣ ହୋଇଥିଲା ।

ସେପଟେ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବାପୂର୍ବରୁ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ସଂଖ୍ୟା ଚିନ୍ତା ଛାଡି ଗଣତନ୍ତ୍ରରେ ସକ୍ରିୟ ରହିବା ଜରୁରୀ । କାରଣ ସବୁ ବିରୋଧ ଦଳଙ୍କ ମତ ଗଣତନ୍ତ୍ର ପାଇଁ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦରେ ସମସ୍ତେ ସହ ଯୋଗୀ ଭାବେ କାମ କରିବା ବୋଲି ଆଶା ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶକୁ ସୁରୁଖୁରରେ ଚଲାଇବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରିଥିଲେ । ସଂସଦକୁ ସୁରୁଖୁରୁରେ ଚଲାଇବା ଓ ଗଠନ ମୂଳକ ବତର୍କ କରିବା ପାଇଁ ସବୁ ଦଳର ସହାୟତା ଲୋଡିଥିଲେ ପ୍ରଧାନମନ୍ତ୍ରୀ ।