ପାର୍ସଲ ବୋମା ବିସ୍ଫୋରଣ ମାମଲାର ନୂଆ ମୋଡ ! ପାଟଣାଗଡା ମେହେରପଡାରୁ ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଲା କ୍ରାଇମବ୍ରାଂଚ

46

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ପାଟଣାଗଡା ମେହେରପଡାରୁ ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଲା କ୍ରାଇମବ୍ରାଂଚ । ଭଇଁସାପଡା କଲେଜ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଂଚ ଅଧିକାରୀ ଜେରା କରୁଛନ୍ତି । ମୃତ ସୌମ୍ୟ ଶେଖରଙ୍କ ମାଁ ମଧ୍ୟ ଭଇଁସା କଲେଜର ଅଧ୍ୟାପିକା ଅଛନ୍ତି । ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ ।

ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା ପ୍ରାଣ ହରାଇଥିଲେ । ରୀମ ଗୁରୁତର ହୋଇ ଏସସିବିରେ ଭର୍ତି ହୋଇଥିଲେ । ଇତିମଧ୍ୟରେ ରିମାଙ୍କ ଏସସିବିରୁ ଡିସଚାର୍ଜ କରିଦିଆଇଛି । ଘଟଣାକୁ ପାଖାପାଖି ଦୁଇମାସ ବିତିଯାଇଥିଲେ ବି ଘଟଣା ଉପରୁ ପରଦା ହଟିପାରିନାହିଁ । ଘଟଣାର ତଦନ୍ତଭାର କ୍ରାଇମବ୍ରାଂଚ ନେଇଛି । ଏବେ ଭଇଁସାପଡା କଲେଜ ଅଧ୍ୟାପକଙ୍କୁ ପଚରା ଉଚରା କରିବା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି ।