ବାଲିଆପାଳ ପନ୍ତେଇ ଫେରିଘାଟରେ ମୃତ୍ୟୁର ଜଳଯାତ୍ରା : ମଦ୍ୟପ ନାଉରୀ କରୁଛନ୍ତି ବିପଦପୂର୍ଣ୍ଣ ନୌକାପାର

74

କନକ ବ୍ୟୁରୋ : ବାରମ୍ବାର ଡଙ୍ଗାବୁଡି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହୀରାକୁଦ ଡଙ୍ଗା ବୁଡି ଘଟଣା ହେଉ ବା ଚିଲିକା ଡଙ୍ଗା ବୁଡି ଘଟଣା । ସବୁ ଦୁର୍ଘଟଣା ପରେ ସରକାର ତତ୍ପରତା ପ୍ରକାଶ କରନ୍ତି । ନୌକା ଯାତ୍ରା କରୁଥିବା ଯାତ୍ରୀଂକ ସୁରକ୍ଷା ପାଇଁ ଗୁରୁ୍ତ୍ୱ ଦେଉ ନିୟମ କାନୁନ କରୁଛନ୍ତି । ମାତ୍ର ସବୁ ନିୟମକୁ ଫୁ-କରି ମନମୁଖି ଡଂଗା ଚଳାଉଛନ୍ତି ଘାଟ ନିଲାମଧାରୀ । ବାଲେଶ୍ୱର ବାଲିଆପାଳରେ ସୁବର୍ଣ୍ଣରେଖା ନଦୀର ପନ୍ତେଇ ଫେରିଘାଟରେ ବିପଦ ସଂକୁଳ ନୌକ୍ରା ଯାତ୍ରା ଆଜି ବି ଚାଲିଛି । ଆଉ ନଦୀ ପାର କରାଉଛନ୍ତି ମଦୁଆ ନାଉରିଆ ।

ହୀରାକୁଦ, ଚିଲିକା ଡଙ୍ଗା ବୁଡି ଘଟଣା ପରେ ବି ପଶିନି ଚେତା । ଏବେ ବି ବାଲେଶ୍ୱର ବାଲିଆପାଳ ପନ୍ତେଇ ଫେରିଘାଟରେ ଚାଲିଛି ବିପଦସଂକୁଳ ନୌକାଯାତ୍ରା । ପ୍ରତିଦିନି ଫେରିଘାଟରେ ଶହ ଶହ ଲୋକ, ଗାଡିମଟର ଡଙ୍ଗା ସାହାଯ୍ୟରେ ସୁବର୍ଣ୍ଣରେଖା ନଦୀ ପାର ହେଉଛନ୍ତି । ବର୍ଷକୁ ୧୫ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ କରାଯାଉଥିବା ଫେରିଘାଟରେ ଯାତ୍ରି ପରିବହନ ପାଇଁ ରହିଛି ମାତ୍ର ଦୁଇଟି ଯନ୍ତ୍ରଚାଳିତ ଡଂଗା । ଫଳରେ ଡଂଗା ଚାଳକ ଥରକେ ୨୦ଟି ମଟର ସାଇକେଲ, ୨୦ଟି ସାଇକେଲ, ୬୦ରୁ ୭୦ ଲୋକ ଲଦାଲଦି କରି ନଦୀ ପାର କରୁଛନ୍ତି । ଯାହାକି ସୁରକ୍ଷା ଦୃଷ୍ଟିରୁ ଆଦୌ ଠିକ୍ ନୁହେଁ । କ୍ଷମତା ଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ଡଙ୍ଗାରେ, ଲାଇଫ ଜାକେଟ କଣ, ଡଙ୍ଗାରୁ ପାଣି କାଢିବା ପାଇଁ ସାଧାରଣ ଡ୍ରମ ଟିଏ ବି ନଥିବା ଅଭିଯୋଗ ହୋଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡଙ୍ଗା ଚଳାଉଥିବା ଅଣତାଲିମ ପ୍ରାପ୍ତ ନାଉରିଆ ଅନେକ ସମୟରେ ମଦ୍ୟପାନ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଦେଇଥାଏ । ସେପଟେ ବିପଦ ସଂକୁଳ ନୌକାଯାତ୍ରାକୁ ନେଇ ବାଲିଆପାଳ ବ୍ଲକର ଭାରପ୍ରାପ୍ତ ଗ୍ରାମପଂଚାୟତ ଅଧିକାରୀ କହିଛନ୍ତି ସେ ନୂଆ କରି ଦାଇତ୍ୱ ନେଇଥିବାରୁ ପନ୍ତେଇ ଘାଟର ସର୍ମ୍ପକରେ କିଛି ଜାନିନାହାନ୍ତି । ଘାଟ ନିଲାମ ନେଇ ନିଲାମଧାରୀଙ୍କ ଏ ବାବଦରେ କ୍ୟାମେରା କିଛି କହିବାକୁ ମନା କରିଦେଇଛନ୍ତି । ସେହିଭଳି ବାଲାଆପାଳ ତହସିଲଦାର ମଧ୍ୟ ଟିଭି ବାଲାଙ୍କୁ କିଛି କହିବେ ନାହିଁ ବୋଲି କହିଛନ୍ତି ।