ବିନା ପାନକାର୍ଡ଼ରେ ଯାଇପାରିବେ ନାହିଁ ବିଦେଶ ! ସରକାର ଜାରି କଲେ ନୂଆ ନିୟମ

23

ଏବେଠାରୁ ବଶନା ପାନ କାର୍ଡ଼ରେ ବିଦେଶ ଯାତ୍ରା ସମ୍ଭବ ହେବ ନାହିଁ। ସରକାର କିଛି ନିୟମ ପରିବର୍ତ୍ତନ କରି ୨୦୧୮ରେ ପାନକାର୍ଡ଼କୁ ଅନେକ ମହତ୍ୱପୂର୍ଣ୍ଣ କାମ ପାଇଁ ବାଧ୍ୟତାମୂଳକ କରିଛନ୍ତି । ଆଧାର କାର୍ଡ଼ ପରି ପାନ କାର୍ଡ଼ ମଧ୍ୟ ରହିବା ବ୍ୟାଙ୍କିଂ ନେଣଦେଣ ପାଇଁ ଜରୁରୀ ହୋଇଯାଇଛି । ତେବେ ପାନକାର୍ଡ଼କୁ ନେଇ ସରକାର କରିଥିବା ପରିବର୍ତ୍ତନ ବିଷୟରେ ଆପଣମାନେ ଜାଣିବା ଅତ୍ୟନ୍ତ ଆବଶ୍ୟକ । ସରକାର ଜାରି କରିଥିବା ନୂଆ ନିୟମକୁ ନଜାଣିଲେ ୧ ଅପ୍ରେଲ ଠାରୁ ଅନେକ କାମ କରିବା ମୁସ୍କିଲ ହୋଇଯିବ । ଯଦି ଆପଣ ବିଦେଶ ଯାତ୍ରା କରିବା ପାଇଁ ଚାହୁଁଛନ୍ତି, ତେବେ ଟିକେଟ କରିବା ସମୟରେ ଆପଣଙ୍କ ପାଖରେ ପାନକାର୍ଡ଼ ରହିବା ଆବଶ୍ୟକ । ଭବିଷ୍ୟତରେ ବିନା ପାନକାର୍ଡ଼ରେ ଫ୍ଲାଇଟ ଟିକେଟ ବୁକ କରିବା ଅସମ୍ଭବପର ହୋଇଯିବ । ଏହା ବ୍ୟତୀତ ଆଉ ଅନେକ କାମ ପାଇଁ ମଧ୍ୟ ପାନକାର୍ଡ଼କୁ ବାଧ୍ୟତାମୂଳକ କରାଯାଇଛି ।

pan-card

 

୧ ଅପ୍ରେଲ ପରଠାରୁ ଆପଣ ଯଦି ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଯାଉଛନ୍ତି, ତେବେ ଆଧାର କାର୍ଡ଼ ସହ ପାନକାର୍ଡ଼ ନେବା ଆବଶ୍ୟକ । ଏହାସହ ଫିକ୍ସ ଡିପୋଜିଟ୍ ଆକାଉଂଟ ଓ ଅନ୍ୟ ସମସ୍ତ ଆକାଉଂଟ ପାଇଁ ମଧ୍ୟ ପାନକାର୍ଡ଼କୁ ବାଧ୍ୟତାମୂଳକ କରିଦେଇଛନ୍ତି ସରକାର । ବ୍ୟାଙ୍କରେ ଏବେ ୫୦ ହଜାର ଟଙ୍କା କିମ୍ବା ସେଥିରୁ ଅଧିକ ଜମା କରିବା ପାଇଁ ପାନକାର୍ଡ଼କୁ ଜରୁରୀ କରିଦିଆଯାଇଛି । ଆଉ ଏହି ନିୟମକୁ ଖୁବ ଶୀଘ୍ର ଲାଗୁ କରାଯିବ । ସରକାର ସ୍ୱଷ୍ଟ କରିଛନ୍ତି, ୧ ଅପ୍ରେଲ ଠାରୁ କୌଣସି ବି ବ୍ୟକ୍ତି ବିନା ପାନକାର୍ଡ଼ରେ ସମ୍ପତ୍ତି କିଣାକିଣି କରିପାରିବେ ନାହିଁ । ଯଦି ଆପଣଙ୍କ ପାଖରେ ପାନକାର୍ଡ଼ ନାହିଁ, ତେବେ କୌଣସି ବି ପ୍ରକାର ସମ୍ପତ୍ତି ପଞ୍ଜିକରଣ କିମ୍ବା ନେଣଦେଣ କରିପାରବେ ନାହିଁ ।

ଚଳିତ ଆର୍ଥିକ ବର୍ଷରେ ଯଦି ଆପଣ ଗାଡ଼ି କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ପାନକାର୍ଡ଼ ନଥିଲେ ଆପଣଙ୍କ ସ୍ୱପ୍ନ ଅଧାରେ ରହିଯିବ । ଗାଡ଼ି କିଣିବା ପାଇଁ ଡିଲରକୁ ଜରୁରୀ କାଗଜପତ୍ର ରୁପେ ପାନକାର୍ଡ଼ ଦେବା ଜରୁରୀ ହୋଇଯିବ । ବିନା ପାନକାର୍ଡ଼ରେ ଆପଣ ଗାଡ଼ି ବାହାର କରିପାରିବେ ନାହିଁ । ଏବେ ଶେୟାରରେ ମାନ୍ଦାବସ୍ଥା ଦେଖାଦେଇଛି । ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି । କିନ୍ତୁ ଏପ୍ରିଲ ପରେ ଉକ୍ତ ରାଶି ଫେରିପାଇବାର ପୂର୍ଣ୍ଣ ସମ୍ଭାବନା ରହିଛି । ଏଥିପାଇଁ ଯଦି ଆପଣ ଶେୟାର ମାର୍କେଟ କିମ୍ବା ମ୍ୟଚୁଆଲ ଫଣ୍ଡରେ ନିବେଶ କରିବା ପାଇଁ ଚିନ୍ତା କରଛନ୍ତି, ସେଥିପାଇଁ ବି ପାନକାର୍ଡ଼ ରହିବା ନିହାତି ଜରୁରୀ ।

ବିନା ପାନକାର୍ଡ଼ରେ ଏସବୁ ସମ୍ଭବ ହେବ ନାହିଁ । ଏକ ନିଶ୍ଚିତ ରାଶି ଠାରୁ ଅଧିକ ଷ୍ଟକ୍ କିଣିବା ପାଇଁ ଆପଣଙ୍କ ପାଖରେ ପାନକାର୍ଡ଼ ରିହବା ଜରୁରୀ । ଏହା ବ୍ୟତୀତ କ୍ରେଡ଼ିଟ୍ କାର୍ଡ଼ ତିଆରି କରିବା ପାଇଁ ସିଭିଲ ସ୍କୋର ଭଲ ରିହବା ଆବଶ୍ୟକ । ଯଦି ଆପଣଙ୍କ ସିଭିଲ ସ୍କୋର ଭଲ ନାହିଁ ତେବେ ଆପଣଙ୍କୁ ବ୍ୟାଙ୍କ କ୍ରେଡ଼ିଟ୍ କାର୍ଡ଼ ଦେବାକୁ ପସନ୍ଦ କରିବ ନାହିଁ । ଆପଣଙ୍କ ପାଖରେ ପାନକାର୍ଡ଼ ନଥିଲେ କ୍ରେଡ଼ିଟ୍ କାର୍ଡ଼ ତିଆରି କରିବାରେ ଅସୁବିଧା ହେବ ।