ଛଦ୍ମଯୁଦ୍ଧରେ ମାହିର ପାକିସ୍ତାନ ଭାରତକୁ ଦେଲା ଧମକ : ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବରେ ବିଚଳିତ ଇମ୍ରାନ୍ ଖାନ୍ କହିଲେ, ଆଉ ଏବେ ଚୁପ୍ ବସିବୁ ନାହିଁ

454

– ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ଦେଲେ ଧମକ 

– ଆକ୍ରମଣ ଜାରି ରହିଲେ, ଆମେ ବି ଚୁପ୍ ବସିବୁ ନାହିଁ

ଚୋର ମୁହଁ ଟାଣ । ନିଜ ଭୁଲ ସୁଧାରିବା ବଦଳରେ ଭାରତକୁ ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଆଜି ଟ୍ୱିଟ୍ ଜରିଆରେ ଭାରତକୁ ଧମକ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଇମ୍ରାନ୍ ଲେଖିଛନ୍ତି, ମୁଁ ଭାରତ ଓ ବିଶ୍ୱ ସମୁଦାୟକୁ ଜଣାଇ ଦେବାକୁ ଚାହୁଁଛି , ଏଲଓସିରେ ଭାରତ ଆକ୍ରମଣ ଜାରି ରଖିଲେ ପାକିସ୍ତାନ ଚୁପ୍ ବସିବ ନାହିଁ । ଗୋଟିଏ ପଟେ ପାକିସ୍ତାନ ନିଜେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଭାରତର ତାହାର କଡ଼ା ଜବାବ ଦେଉଛି । ଭାରତର ପ୍ରତିଜବାବରେ ବିଚଳିତ ପାକିସ୍ତାନ ଭାରତକୁ ଏପରି ଫମ୍ପା ଧମକ ଦେଇଛି ।

ଆଉ ଏକ ଟ୍ୱିଟ କରି ଇମ୍ରାନ୍ ଖାନ୍ ଲେଖିଛନ୍ତି, ଏଲଓସିରେ ଭାରତ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରୁଛି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହି ମାମଲାକୁ ଗୁରୁତର ସହ ନେଇ ହସ୍ତକ୍ଷେପ କରିବା ଆବଶ୍ୟକ । ଏହାସହ ରାଷ୍ଟ୍ର ସେନା ପର୍ଯ୍ୟବେକ୍ଷକ ସମୂହ ଭାରତର ସମସ୍ତ ଗତିବିଧି ଉପରେ ନଜର ରଖିବା ସହ କାଶ୍ମୀର ଗସ୍ତ କରିବା ଉଚିତ୍ । ଭାରତୀୟ ସେନାର ଫ୍ଲାଗ ମାର୍ଚ୍ଚ ଅଭିଯାନରେ ଆମେ ଭୟଭୀତ ହୋଇ ପଡ଼ିଛୁ ବୋଲି ଲେଖିଛନ୍ତି ଇମ୍ରାନ୍ ଖାନ୍ ।

ତେବେ ସମସ୍ତେ ଜାଣନ୍ତି ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର । ଇମ୍ରାନଙ୍କ ଏଭଳି ବୟାନ କୌଣସି ରାଷ୍ଟ୍ର ଉପରେ କିଛି ପ୍ରଭାବ ପକାଇବା ନାହିଁ । କାରଣ ସମଗ୍ର ବିଶ୍ୱ ଜାଣିଛି ଭାରତ କେବେ କାହା ଉପରେ ପ୍ରଥମ ଆକ୍ରମଣ କରେନାହିଁ । ପାକିସ୍ତାନ ସେନା ସବୁବେଳେ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଭାରତୀନା ସେନା ତାହାର କଡ଼ା ଜବାବ ଦେଉଛନ୍ତି ।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ପାକିସ୍ତାନ, ଭାରତ ସୀମବର୍ତ୍ତୀ ଅଞ୍ଚଳରେ ଜନବସତିକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲା । ଭାରତୀୟ ସେନାର ଏହାର କଡ଼ା ଜବାବ ଦେଇଥିଲା । ଭାରତର ଏହି ଜବାବି ଆକ୍ରମଣ ପରେ ବିଚଳିତ ପାକିସ୍ତାନ, ଆଜି ବିଶ୍ୱ ସମୁଦାୟ ଆଗରେ ଫମ୍ପା ଧମକ ଦେଇଛି ।