ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଇଁ ଦିନଟିଏ ! ବିଶ୍ୱ ପଖାଳ ଦିବସ ପାଳନ ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସ୍ତୁତି

106

କନକ ବ୍ୟୁରୋ : ଖରାଦିନିଆ ପଖାଳର ଖାଇବାର ମଜା କେତେ ସୁନ୍ଦର କହିଲେ । ଓଡ଼ିଶା ଓ ଓଡ଼ିିଆଙ୍କ ସହ ପଖାଳର ରହିଛି ସ୍ୱତନ୍ତ୍ର ସମ୍ପର୍କ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଲାଗି ହୁଏ । ସକାଳୁ ସକାଳୁ ଆମେ ଏହି ପଖାଳ କଥା ଚର୍ଚ୍ଚା କରିବାର କାରଣ ହେଲା,ଆଜି ହେଉଛି ବିଶ୍ୱ ପଖାଳ ଦିବସ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ତେବେ କେବେ ଭାବିଛନ୍ତି କି ଏହି ପଖାଳ ଶବ୍ଦଟି ଆସିଛି କେଉଁଠୁ ? ପଖାଳ ଶବ୍ଦଟି ପାଲି ଭାଷାର ପଖାଳିବା ଶବ୍ଦରୁ ଆସିଛି,ଯାହାର ଅର୍ଥ ହେଉଛି ଧୋଇବା ।

ଖାଲି ଓଡ଼ିଶାରେ ନୁହେଁ ବରଂ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ମଧ୍ୟ ପଖାଳର ବେଶ୍ ଚାହିଦା ରହିଛି । ପଖାଳ ଭିତରେ ବାସି ପଖାଳ ଖାଇବା ପାଇଁ ସମସ୍ତେ ଅଧିକ ପସନ୍ଦ କରନ୍ତି । ଏଥଇରେ ଥାଏ ଡି-ଲାକ୍ଟିକ୍ ଏସିଡ଼୍ । ଯଦ୍ୱାରା ବାସି ପଖାଳ ଖାଇ ସାରିବା ପରେ ନିଦ ଆସେ । ପଖାଳ ଦିବସ ପଖାଳର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେରେ ଅଣଆନୁଷ୍ଠାନିକ ଭାବେ ଓଡ଼ିଆମାନେ ଭାବେ ପାଳନ କରିଥାନ୍ତି ।

ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ । ଏହାକୁ ବଙ୍ଗଳାରେ”ପନ୍ତ ଭାତ” ଓ ଭୋଜପୁରୀରେ “ମାରା ଭାତ” ବୋଲି କୁହାଯାଏ । ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି ।