ସୁଆଦିଆ ପଖାଳ ଆଉ ସଜ କବିତା । ପଖାଳ ପ୍ରେମରେ ପଡନ୍ତୁ, କବିତା ଲେଖି ଚାଲନ୍ତୁ ।

1,174

ସକାଳୁ ସକାଳୁ ଟ୍ୱିଟର ଖୋଲିଲା ବେଳକୁ ଭଳିକି ଭଳି ଟ୍ୱିଟ୍ । କିଏ କେଉଁ ପ୍ରକାରେ ପଖାଳ ଦିବସକୁ ପାଳିବ, ତାର ଜବରଦସ୍ତ ସମାହାର ଦେଖିବାକୁ ମିଳିଲା ସୋସିଆଲ ମିଡିଆରେ । କିଛି ବର୍ଷ ଆଗରୁ ଏମିତି ମାର୍ଚ୍ଚ ୨୦ ଆସୁଥିଲା ଆଉ ଯାଉଥିଲା, ହେଲେ ପଖାଳ ଦିବସକୁ ଲୋକପ୍ରିୟ କରାଇବାରେ ଏହି ମାଧ୍ୟମର ଏକ ବଡ ଭୂମିକା ରହିଲା । କିଏ ଫଟୋଟିଏ ଉଠାଇ ପୋଷ୍ଟ କରୁଥିଲା ତ ଆଉ କିଏ କବିତା ଲେଖି ତାର ପଖାଳ ପ୍ରେମକୁ ଉଜ୍ଜୀବିତ କରିବାକୁ ଚେଷ୍ଟା କରୁଥିଲା । ବେଶ ମଜାଦାର ଥିଲା ଏସବୁ କବିତା । ସୋସିଆଲ ମିଡିଆରୁ ପାଇଥିବା କିଛି କବିତା ଉପରେ ନଜର ପକାନ୍ତୁ ।


ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ପଖାଳ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ପଖାଳ ଦିବସ ।

ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି ।

୨୦୧୭ରେ ପଖାଳ ନେଇ ଆଲୋଚନା କଲାବେଳେ ପୁରୁଣା ସ୍ମୃତିକୁ ସାଉଁଟିବାକୁ କେହି ପଛଉନାହାନ୍ତି । ତଳବର୍ଷ ମାନଙ୍କରେ ଲେଖାଯାଇଥିବା କିଛି କବିତା ଉପରେ ନଜର ପକାନ୍ତୁ ଯାହା ସୋସିଆଲ ମିଡିଆକୁ କିମିଆ କରିଥିଲା ।

ଖରାଦିନିଆ ଦହି ପଖାଳ, ସଜ ପଖାଳ, ବାସୀ ପଖାଳର ଭଳିକି ଭଳି ପସରା, ତାସାଙ୍ଗକୁ ବଡିଚୁରା, ଆଳୁଚକଟା, ଆଚାର, ମାଛଭଜା ଏମିତି କେତେ କଣ । ଭିନ୍ନ ଭିନ୍ନ ଆଇଟମ୍ ଭଳିକି ଭଳି ସଜା ହୋଇ ଆଜି ପ୍ରତି ଓଡିଆ ଘରେ ପରସାଯିବ । କାହାର କେମିତି ପସନ୍ଦ, କିଏ କେମିତି ଖାଇବ । କିନ୍ତୁ ଗୋଟିଏ କଥା କୁହାଯାଇପାରିବ, ବର୍ଷ କେଇଟାରେ ପଖାଳ ଆଜି ସୋସିଆଲ ମିଡିଆରେ ପୋଖତ ଖେଳାଳି ହୋଇଛି, ଶେଷ ବଲରେ ଛକା ମାରି ମ୍ୟାଚ ଜିତିବାର ଅନୁଭବ ଯାହା ପଖାଳ ଗଣ୍ଡିଏର ଅନୁଭବ ତାଠାରୁ ବହୁତ ବେଶୀ ।