ସକାଳୁ ସକାଳୁ ଟ୍ୱିଟର ଖୋଲିଲା ବେଳକୁ ଭଳିକି ଭଳି ଟ୍ୱିଟ୍ । କିଏ କେଉଁ ପ୍ରକାରେ ପଖାଳ ଦିବସକୁ ପାଳିବ, ତାର ଜବରଦସ୍ତ ସମାହାର ଦେଖିବାକୁ ମିଳିଲା ସୋସିଆଲ ମିଡିଆରେ । କିଛି ବର୍ଷ ଆଗରୁ ଏମିତି ମାର୍ଚ୍ଚ ୨୦ ଆସୁଥିଲା ଆଉ ଯାଉଥିଲା, ହେଲେ ପଖାଳ ଦିବସକୁ ଲୋକପ୍ରିୟ କରାଇବାରେ ଏହି ମାଧ୍ୟମର ଏକ ବଡ ଭୂମିକା ରହିଲା । କିଏ ଫଟୋଟିଏ ଉଠାଇ ପୋଷ୍ଟ କରୁଥିଲା ତ ଆଉ କିଏ କବିତା ଲେଖି ତାର ପଖାଳ ପ୍ରେମକୁ ଉଜ୍ଜୀବିତ କରିବାକୁ ଚେଷ୍ଟା କରୁଥିଲା । ବେଶ ମଜାଦାର ଥିଲା ଏସବୁ କବିତା । ସୋସିଆଲ ମିଡିଆରୁ ପାଇଥିବା କିଛି କବିତା ଉପରେ ନଜର ପକାନ୍ତୁ ।
ଭାତକୁ ରାନ୍ଧିଣ ଆଣିବ
ସେଥିରେ ଦହି ମିଶାଇବ
ସ୍ଵାଦାନୁସାରେ ଲୁଣ ଦେବ
କଂସା ବାସନେ ପରଷିବ
ଅଟେ ପଖାଳ ନାମ ତାର,
ସେଥିରେ ଲୋଭ ଓଡିଆର#ପଖାଳଦିବସ #PakhalaDibasa
— (@AamirKhanTOH) March 20, 2018
ପଖାଳ ସହିତ ପୋଡା ପୋଡି
ଚଲିଲା ଗାଡି ବାଦାମବାଡ଼ି#PakhalaDibasa #ପଖାଳଦିବସ— Lipsy (@bjena2) March 20, 2018
ଏ ମଣି ପଖାଳ ତୋରାଣି କି ମନ୍ତର କଲା
ବୁଢ଼ା ହଡ଼ା ଭେଣ୍ଡିଆ ପିଲା ,ସଭିଙ୍କୁ ବାଇଆ କଲା
@mbiswajyoti @ssgapu22 @nidhi_budha #PakhalaDibasa— Lipsy (@bjena2) March 20, 2016
ନାହିଁ ତା' ପାଖେ ବାଛ ବିଚାର,
୨ଟଙ୍କୀଆ ହଉ ଅବା ୪୦ଟଙ୍କୀଆ।
ସବୁରିକୁ କରେ ଭାରି ସୁଆଦିଆ,
ପଖାଳସେ ଓଡ଼ିଆର ଭାରି ବଢିଆ।#PakhalaDibasa @ssgapu22 @nidhi_budha— ସଞ୍ଜୟ ଖିଲାର । Sanjay Khilar (@sanjaykhilar) March 20, 2016
ମାର୍ଚ୍ଚ ମାସ ଖରା ତାତି
ମୁଣ୍ଡ ମାରେ ଝାଇଁ,
ଗୁଳୁଗୁଳି ଗରମରେ
ଦେହ ହାଇଁ ପାଇଁ ।
ରୁଟି ଡାଲି ଭାତ କଥା
ତୁ କହନା ରେ ଆଉ,
ପଖାଳ କଂସାଏ ଦେଏ
ପ୍ରାଣ ବଞ୍ଚି ଯାଉ ।। #PakhalaDibasa #ପଖାଳ_ଗୀତ https://t.co/jTHTiiLfRR— Saswat K Swain (@saswat28) March 20, 2018
ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ପଖାଳ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ପଖାଳ ଦିବସ ।
ଅନହୋନି କୋ ହୋନି କରଦେ
ହୋନି କୋ ଅନହୋନି,
ଏକ ଜାଗା ଜବ ଜମେ ହୋ ତିନୋ
ପଖାଳ, ଲଂକା ଲୁଣ, ତୋରାଣୀ.. #PakhalaDibasa— ନିଧି ଅଜା (@nidhi_budha) March 20, 2016
ପଖାଳ ପଖାଳ ପଖାଳ
ତୋହର ମହିମା ପ୍ରବଳ ।ଓଡ଼ିଆଙ୍କର ତୁହି ମିତ
ଜାଣିଥା ଜୀବନ ସାକ୍ଷାତ ।ଗରିବର ତୁ ଅଟୁ ପ୍ରାଣ
ଧନୀର ମୋହିଥାଉ ମନ ।ତୋ ବିନୁ କାହିଁ ପରିଚୟ
କରୁଛି ତୋର ଜୟ ଜୟ ! #ପଖାଳଦିବସ#PakhalaDibasa— #Odisha HaaL (@Bhuspunditam) March 20, 2018
ଆଜି କାର୍ଯ୍ୟାଳୟ କୁ ପଖାଳ ନେଇ କି ଯିବି
ଟିଫିନ୍ ବକ୍ସ ରେ ପଖାଳ ଖାଇବାକୁ ପଡ଼ିବ, କିନ୍ତୁ ଖାଇବି
ସୁବିଧା ହେଲେ ଫୋଟୋ ବି ଛାଡ଼ିବି#ପଖାଳଦିବସ ରେ ଅସାଧ୍ୟ କୁ ସାଧ୍ୟ କରିବି#PakhalaDibasa— Manas R Dash (@iammanasr) March 20, 2018
ମନ ଓଡିଶୀ ଛାନ୍ଦରେ
ଖୋରଧା ଗାମୁଛା କାନ୍ଧରେସକାଳେ ପଖାଳ ଭାତ
ସଞ୍ଜରେ ଖୋକା'ଇ ଗୀତତୁଣ୍ଡରେ ଜଗନ୍ନାଥ ଜୟ
ଓଡ଼ିଆ ମୋର ପରିଚୟ #PakhalaDibasa #ପଖାଳଦିବସ— Odia Culture (@OdiaCulture) March 20, 2018
କିଏ କହେ ତୋତେ ମଫସଲିଆ
ସ୍ୱାଦ ଟି ତୋର ଅତି ସୁଆଦିଆ ।ସୁଆଦ ବଢ଼ାଏ ସାଥେ ଚିଙ୍ଗୁଡି,
ତୋତେ ଖାଇ ଦେଇ ମାରେ ଘୁଙ୍ଗୁଡ଼ି।#ପଖାଳଦିବସ#PakhalaDibasa pic.twitter.com/uAkevfBoFF— ଓଡ଼ିଆଙ୍କ ଖଟି (@odiakhati) March 20, 2018
ଆମ ମାଟି ଓଡ଼ିଆ , ଆମ ଜାତି ଓଡ଼ିଆ
ଆମ ଦେହ ଓଡ଼ିଆ , ଆମ ମନ ଓଡ଼ିଆ
ଯେଉଁଠି ହେଉ ଯାହା ଠିକଣା
ଯାହା ବି ହେଉ ଯାହାର ନା
ଗୋଟିଏ ଡୋରିରେ ବନ୍ଧା ,ଆମେ ଓଡ଼ିଆଆମେ ଓଡ଼ିଆ ଭାରି ବଢିଆ
ପଖାଳ ଆମ ପାଇଁ ଅମୃତ.. ,
ସମସ୍ତେ ଗର୍ବ ଅନୁଭବ କରନ୍ତୁ , ଓଡ଼ିଆ ହୋଇଥିବାରୁ |
ଆମ ପଖାଳ କୁ ବନ୍ଦେ
ବନ୍ଦେ ଉତ୍କଳ ଜନନୀ#PakhalaDibasa https://t.co/kxLPYoJMlO— ଶାଶ୍ଵତ ଦେବଦତ୍ତ (@pureodiasaswata) March 20, 2018
ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି ।
ସକାଳୁ ଗାଧୋଇ
ଯିଏ ପଖାଳ ଖାଏ,
ତା' ପଇସା କି ବଇଦ ନିଏ ?ବଇଦ ପାଖକୁ ନଯାଏ ସିଏ,
ଦିନ ରାତି ଯିଏ ପଖାଳ ଖାଏ।ପଖାଳର ମଜା ସେ ଲୋକ ନିଏ,
ରୋଲ୍ ଚାୱମିନ୍ ଯିଏ ନଖାଏ।ପଖାଳ ଖାଇକି ଯେ ଲୋକ ଶୋଏ,
ବଇଦ ବେପାର ସିଏ ବୁଡାଏ।ଦୁଃଖୀ ଲୋକର ଯେ ପଖାଳ ଆଶା,
ଓଡ଼ିଆ ଜାତିର ଏକା ଭରଷା ।#ପଖାଳଦିବସ #PakhalaDibasa— ଓଡ଼ିଆଙ୍କ ଖଟି (@odiakhati) March 20, 2018
୨୦୧୭ରେ ପଖାଳ ନେଇ ଆଲୋଚନା କଲାବେଳେ ପୁରୁଣା ସ୍ମୃତିକୁ ସାଉଁଟିବାକୁ କେହି ପଛଉନାହାନ୍ତି । ତଳବର୍ଷ ମାନଙ୍କରେ ଲେଖାଯାଇଥିବା କିଛି କବିତା ଉପରେ ନଜର ପକାନ୍ତୁ ଯାହା ସୋସିଆଲ ମିଡିଆକୁ କିମିଆ କରିଥିଲା ।
@subhapa @shrijagannatha
ପଖାଳ ପଖାଳ ପଖାଳ
ତୋ ପାଁଇ ଓଡିଆ ବିକଳ
ପେଟେ ତୋରାଣିି ଦେଲେ ପିଇ
ଦିବସେ ରାତ୍ର ପ୍ରାପ୍ତ ହୋଇ#PakhalaDibasa— Ratikant Satpathy (@Ratikant70) March 20, 2016
ମା କହୁଛନ୍ତି ଆରେ ଅକାଳକୁଷ୍ମାଣ୍ଡ
ପଖାଳ ଖାଇବୁ ଆ
ବାପା ଆଣିଛନ୍ତି ଭଜା ମାଛମୁଣ୍ଡ@akala_kushmanda @nidhi_budha @subhapa #ପଖାଳଦିବସ #PakhalaDibasa— Addicted One (@dieaddicted) March 20, 2015
ମୋଟୁ ଠାରୁ ବାଲେଶ୍ୱର, ଅସ୍ତରଙ୍ଗ ରୁ ଖଡ଼ିଆଳ,
ସବୁରି ମନ କୁ ଛୁଏଁ, ସବୁରି ମନ କୁ ମୋହେ ଏଇ ପଖାଳ।#ଓଡ଼ିଆ #PakhalaDibasa— ଖିଲିଖିଲିଆ (@khilikhilia) March 18, 2015
ବଇଶାଖ ମାସ ଖରା
ତଣ୍ଟି ଶୁଖିଯାଏ ପରା
ଦିଅ ମୋତେ ଟିକେ ଦହି ପଖାଳ
ନହେଲେ ବୁଡିଲା ଜାଣ ଭେକାଳ।#PakhalaDibasa@sambad_odisha— ଅକାଳ କୁଷ୍ମାଣ୍ଡ (@akala_kushmanda) March 20, 2016
ଖରାଦିନିଆ ଦହି ପଖାଳ, ସଜ ପଖାଳ, ବାସୀ ପଖାଳର ଭଳିକି ଭଳି ପସରା, ତାସାଙ୍ଗକୁ ବଡିଚୁରା, ଆଳୁଚକଟା, ଆଚାର, ମାଛଭଜା ଏମିତି କେତେ କଣ । ଭିନ୍ନ ଭିନ୍ନ ଆଇଟମ୍ ଭଳିକି ଭଳି ସଜା ହୋଇ ଆଜି ପ୍ରତି ଓଡିଆ ଘରେ ପରସାଯିବ । କାହାର କେମିତି ପସନ୍ଦ, କିଏ କେମିତି ଖାଇବ । କିନ୍ତୁ ଗୋଟିଏ କଥା କୁହାଯାଇପାରିବ, ବର୍ଷ କେଇଟାରେ ପଖାଳ ଆଜି ସୋସିଆଲ ମିଡିଆରେ ପୋଖତ ଖେଳାଳି ହୋଇଛି, ଶେଷ ବଲରେ ଛକା ମାରି ମ୍ୟାଚ ଜିତିବାର ଅନୁଭବ ଯାହା ପଖାଳ ଗଣ୍ଡିଏର ଅନୁଭବ ତାଠାରୁ ବହୁତ ବେଶୀ ।