ଜାମ୍ମୁ-କାଶ୍ମୀର ହନ୍ଦୱାଡ଼ାରେ ଏନକାଉଣ୍ଟର ! ସେନା ଗୁଳିରେ ଜଣେ ଆତଙ୍କବାଦୀ ମୃତ,ସର୍ଚ୍ଚ ଅପରେସନ୍ ଜାରି

97

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଗୋଟିଏ ପଟେ ନିୟନ୍ତ୍ରଣ ରେଖାରେ ପିସକ୍ତାନର ଲଗାତାର ଅସନ୍ତ୍ରବିରତି ଉଲ୍ଲଂଘନକ ରୁଛି ଅନ୍ୟପଟେ ଘାଟିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହେଉଛନ୍ତି । ଜମ୍ମୁ-କଶ୍ମୀରର ହନ୍ଦୱାଡା ନିକଟ କ୍ରାଲଗୁଣ୍ଡରେ ଆଜି ସୁରକ୍ଷାବାହିନୀର ଯବାନ ମାନେ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ସକାଳୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଘଟନାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ନିହତ ହୋଇଥିବା ବେଳେ ଆଉ ଜଣେ ଲୁଚି ରହିଥିବା ଜଣାପଡ଼ିଛି ।

image courtesy – images.financialexpress.com

ତେବେ ଘଟଣାସ୍ତଳରୁ ବିପୁଳ ପରିମାଣ ଅସ୍ତ୍ରସସ୍ତ୍ର ଉଦ୍ଧାର କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରଖିଛି ସୋନ । ଉକ୍ତ ଗାଁରେ କେତେକ ଆହୁରି କେତେକ ଆତଙ୍କବାଦୀ ଛପି ରହିଥିବା ଖବର ମିଳିଛି । ହନ୍ଦୱାଡା ଓ କୁପଓ୍ଵାରା ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା କାଟି ଦିଆଯାଇଛି। ସୂଚନାଯୋଗ୍ୟ ଫେବୃୟାରୀ ୧୪ ପୁଲୱାମା ଆତଙ୍କବାଦୀ ଘଟଣା ପରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି ।

Comments are closed.