କନକ ବ୍ୟୁରୋ : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁରରେ ଚାଲିଥିବା ଧନୁଯାତ୍ରାରେ ଅଘଟଣ । ସେଲଫି ନେବାବେଳେ ରାମଦୋଳିରୁ ପଡି ଜଣକର ମୃତ୍ୟୁ ହୋଇଛି । ଗତକାଲି ଜଗା ବାରିକ ଓ ମାଧ ଛତ୍ରିଆ ରାମଦୋଳିରେ ବସି ସେଲ୍ଫି ନେଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ।
ଜଗା ବାରିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ସକାଳେ ଜଗାର ମୃତ୍ୟୁ ହୋଇଛି । ବହୁ ଉଚ୍ଚତାରୁ ଖସିପଡି ଏହି ଯୁବକଙ୍କ ମୃତ୍ୟୁ ହୋଇଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁରରେ ଏଭଳି ଏକ ଅଘଟଣ ଘଟିଛି ଜ୍ଝ ମାଧ ଛତ୍ରିଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତ ଜଗା ବାରିକଙ୍କ ଘର ରାମପୁର ତେଲିପାଲି ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Photo-01031912.jpg)