ଦୂର ହେଲା ଦ୍ୱନ୍ଦ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦୂର ହେଲା ଦ୍ୱନ୍ଦ । ଜୁନ୍ ମାସରୁ ଓଡିଶାକୁ ମିଳିବ ଅଧିକ ପରିମାଣର ଚାଉଳ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଖାଲି ସେତିକି ନୁହେଁ ପୂର୍ବ ଚିଠିରେ ଭୁଲ୍ ଭାବେ ତାରିଖ ଉଲ୍ଲେଖ କରାଯାଇଥିବା ଚିଠିରେ ଲେଖିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ । ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ପାଶୱାନ । ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଲେଖାଯାଇଥିବା ଚିଠିରେ ମେ ମାସରୁ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଦିଆଯିବ ବୋଲି ଉଲ୍ଲେଖ ରହିଥିଲା । ତେବେ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଚିଠିରେ ତାହା ଜୁନ୍ ମାସ ରହିଥିଲା । ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।

ଏହା ସହ ଚିଠି ପରେ ବି ବିବାଦ