ଚିଠି ପରେ ବି ବିବାଦ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରମନ୍ତ୍ରୀଙ୍କ ଚିଠିକୁ ନେଇ ଦ୍ୱନ୍ଦ୍ୱ । ଦୁଇଟି ଚିଠି ଭିନ୍ନ ଭିନ୍ନ ତଥ୍ୟ । ରାଜ୍ୟକୁ ମିଳିବ ୮୫ ପ୍ରତିଶତ ଚାଉଳ । ଚିଠି ଲେଖି ସ୍ପଷ୍ଟ କଲା କେନ୍ଦ୍ର । ହେଲେ ଏବେବି ତୁଟିନି ବିବାଦ । କେନ୍ଦ୍ରର ଚିଠି ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ । ବୁଧବାର କୁହାଗଲା, ଓଡିଶାର ଦାବି ରଖିଲା କେନ୍ଦ୍ର । ଦାବି ମୁତାବକ ଓଡିଶାକୁ ୮୫ ଭାଗ ଚାଉଳ ଦିଆଯିବ । ରାଜ୍ୟ ସରକାରଙ୍କ ପାଖକୁ ଏନେଇ ଚିଠି ଦିଆଗଲା । ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଓଡିଶାକୁ ଚଳିତ ଜୁନ୍ ମାସରୁ ଅଧିକ ଚାଉଳ ମିଳିବ ।

vlcsnap-2016-06-02-18h42m34s065ଏବେ ଆଉ ଏକ ଚିଠିକୁ ନେଇ ଚର୍ଚ୍ଚା। ଯାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ । ସ୍ପଷ୍ଟ ଭାବେ ଲେଖିଛନ୍ତି, ରାଜ୍ୟ ସରକାର ଏବଂ ଆପଣଙ୍କ ଅନୁରୋଧ ରକ୍ଷାକରି ଏଣିକି ଓଡିଶାକୁ ଅଧିକ ଚାଉଳ ଦିଆଯିବ । ମେ ମାସରୁ ପିଛିଲା ଭାବେ ଲାଗୁ ହେବ ଚାଉଳ-ଗହମର ନୂଆ ହାର । ଗୋଟିଓ ଚିଠିରେ ରହିଛି ଜୁନ୍ ଏବଂ ଅନ୍ୟ ଚିଠିରେ ମେ ମାସ । ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି, କେନ୍ଦ୍ରର କେଉଁ ଚିଠି ଠିକ୍ ।

vlcsnap-2016-06-02-18h42m14s170ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତର ଦିନକ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜାରି କରିଛନ୍ତି ଏହି ଚିଠି । କହିଛନ୍ତି, ଓଡିଶାର ଦାବି ପୂରଣ ହେଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କହିଲେ, ଓଡିଶା ପ୍ରତି ମୋଦି ସରକାର ସଚେତନ ଅଛନ୍ତି । ଏଣିକି କେନ୍ଦ୍ରକୁ ଦୋଷ ଦେବାର ବନ୍ଦ କରନ୍ତୁ ନବୀନ ସରକାର । ହେଲେ ଚାଉଳକୁ ନେଇ କେନ୍ଦ୍ରର ଏହି ଚିଠି ଏବେ ପୁଣି ପ୍ରଶ୍ନ ସୃଷ୍ଟି କରିଛି । ବାହାବା ନେବାକୁ ଧର୍ମେନ୍ଦ୍ର ଉଦ୍ୟମ କରୁଥିବା କହିଛି ବିଜେଡି ।

ରାଜ୍ୟକୁ ଅଧିକ ପରିମାଣର ଚାଉଳ ପ୍ରସଙ୍ଗରେ ଜୋର ଧରିଥିଲା ରାଜନୀତି । ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ ବିଜେଡି ନେତା । ଖାଲି ସେତିକି ନୁହେଁ ସଂସଦ ଅଧିବେଶନରେ ବି ବିଜେଡି ଏମପି ଓଡିଶାର ଦାବି ରଖିଥିଲେ । ସେପଟେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ନିଜ ଆଡୁ ଚିଠି ଲେଖି ଓଡିଶାର ଦାବି ଜଣାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ବି ରାଜ୍ୟ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିଲା ।