ଓଡିଶାରେ ଖାପ୍ ପଂଚାୟତ ! ନବରଙ୍ଗପୁରରେ ମହିଳା ଓ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କରି ବୁଲାଇଲେ ଗ୍ରାମବାସୀ

27

କନକ ବ୍ୟୁରୋ : ଓଡିଶାରେ ଖାପ ପଂଚାୟତ । ନବରଙ୍ଗପୁର ଝରିଗାଁ ବ୍ଲକ ବୁଆଲିବେଡା ଗାଁରେ ଘଟିଛି ଅଭାବନୀୟ ଘଟଣା  । ଜଣେ ଯୁବକ ଓ ଅଙ୍ଗନବାଡି କର୍ମୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗାଁରେ ବୁଲାଇଛନ୍ତି । ଖବର ଅନୁସାରେ ବୁଆଲିବେଡା ଗାଁର ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖକୁ ଯୁବକ ଜଣକ ଅଧିକାଂଶ ସମୟରେ ଆସି ରାତିରେ ରହୁଥିଲେ । ଆଉ ଏକଥା ଗାଁ ଲୋକଙ୍କୁ ବିଲକୁଲ ପସନ୍ଦ ନଥିଲା । ଉକ୍ତ ଯୁବକଙ୍କୁ ଧରିବା ପାଇଁ ସେମାନେ ସୁଯୋଗ ଅପେକ୍ଷାରେ ଥିଲେ ।

ତେବେ ଗତ ରାତିରେ ଗାଁ ଲୋକେ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଧରିଥିଲେ । ଏହା ପରେ ଗ୍ରାମବାସୀଙ୍କ ଖାପ ପଂଚାୟତ ବସିଥିଲା । ଖାପ ପଂଚାୟତ ନିଷ୍ପତି ଅନୁସାରେ ଉଭୟଙ୍କୁ ଗାଁ ଲୋକେ ଦୌଡିରେ ବାନ୍ଧି ମାଡ ମାରିଥିଲେ । ଏପରିକି ମହିଳାଙ୍କ ଚୁଟି ମଧ୍ୟ କାଟିଦେଇଥିଲେ । ଏହାସହ ଯୁବକ ଜଣକ ଆସିଥିବା ସ୍କର୍ପିଓ ଗାଡିକୁ ମଧ୍ୟ ଭାଙ୍ଗିଦେଇଥିଲେ । ପୁଲିସ ପଛରେ ଖବର ପାଇ ଆସି ଉଭୟ ମହିଳା ଓ ଯୁବକଙ୍କୁ ଉଦ୍ଧାର କରିଛି ।