ଓଡ଼ିଶା ବନ୍ଦ : ଭୁବନେଶ୍ୱରରେ ୭୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ୍

142

କନକ ପ୍ୟୁରୋ : ନବନିର୍ମାଣ କୃଷକ ସଂଗଠନ ଆଜି ୧୨ଘଂଟିଆ ବନ୍ଦ ପାଳନ କରୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ବନ୍ଦର ଆଶିଂକ ପ୍ରଭାବ ପଡ଼ିଛି । ଭୁବନେଶ୍ୱର ରେଳଷ୍ଟେସନରେ ଯାତାୟତ ସ୍ୱାଭାବିକ ରହିଛି ।

ପୋଲିସ୍ ଅନୁସାରେ ଭୁବନେଶ୍ୱରରେ ସକାଳୁ ୭୦ ଜଣ ଚାଷୀଙ୍କୁ  ଗରିଫ କରାଯାଇଛି । କଳ୍ପନା ଓ ମାଷ୍ଟକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କୁ ଉଠାଇ ନେଇଛି ପୋଲିସ୍ । ସହରରରେ ଜନଜୀବନ ଆଶିଂକ ବାଧାପ୍ରାପ୍ତ ହୋଇଛି । ତେବେ ପୋଲିସ୍ ତରପରୁ କୁହାଯାଉଛି, କୌଣସି ସହାୟତା ଚାହିଁଲେ ୧୦୦କୁ ଡାଇଏ କରି ଅଭିଯୋଗ କରିପାରିବେ ।

କୌଣସି ପ୍ରକାର ଅସୁବିଧା ଯେପରି ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଛି ପୋଲିସ । ଆଜି ବିଭିନ୍ନ ସ୍କୁଲରେ ଷଷ୍ଠ, ସପ୍ତମ,. ଅଷ୍ଟମ ପିଲା ପରୀକ୍ଷା ଦେଉଛନ୍ତି । ସେମାନେ କିପରି ଭଲରେ ସ୍କୁଲରେ ପହଞ୍ଚିପାରିବେ ସେନେଇ ତତ୍ପର ଅଛି ପୋଲିସ । ଏବେ ସୂଚନା ଅନୁସାରେ କୌଣସି ହିଂସାକାଣ୍ଡ ବା ଅପ୍ରୀତିକର ସ୍ଥିତି ପରିସ୍ଥିତିି ସୃଷ୍ଟି ହୋଇନି । ଅନ୍ୟପଟେ ବନ୍ଦର ପ୍ରଭାବ ମାଟ୍ରିକ ପରୀକ୍ଷା ଉପରେ ପଡ଼ିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।