ଓଡିଆ ଚଳଚ୍ଚିତ୍ର ତୁଳସୀ ଅପାର ଅଡିଓ ସିଡି ରିଲିଜ ! ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା

73

କନକ ବ୍ୟୁରୋ : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ଓଡିଆ ଚଳଚିତ୍ର ତୁଳସୀ ଅପା’ର ଅଡିଓ ସିଡି ରିଲିଜ ହୋଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦଶ୍ରୀ ତୁଳସୀ ମୁଣ୍ଡା ଅତିଥି ଭାବେ ଯୋଗଦେଇ ଏହି ଚଳଚିତ୍ରର ଅଡିଓ ସିଡି କୁ ଲୋକର୍ପଣ କରିଥିଲେ । ଚଳଚିତ୍ରରେ ତୁଳସୀ ମୁଣ୍ଡାଙ୍କ ଭୁମିକାରେ ନବାଗତ ଅଭିନେତ୍ରୀ ବର୍ଷା ନାୟକ, ପ୍ରୋମାଜଂନ ପରିଡା, ଚୈଧୁରୀ ବିକାଶ ଦାସ ,ମମତା ପଣ୍ଡା ଅଭିନୟ କରିଛନ୍ତି ।
ଚଳଚିତ୍ରରେ କଣ୍ଠଶିଳ୍ପୀ ଇରା ମହାନ୍ତି, ସୁବାସ ଦାସ, ପଙ୍କଜ ଜାଲ ପ୍ରମୁଖ ଚଳଚିତ୍ରରେ ସୁନ୍ଦର କଣ୍ଠଦାନ କରିଛନ୍ତି ।
ଅଡିଓ ରିଲିଜ କାର୍ଯ୍ୟକ୍ରମରେ ତୁଳସୀ ଅପା ଚଳଚିତ୍ରର ସହ ପ୍ରଯୋଜକ ଅନୁପମ ପଟ୍ଟନାୟକଙ୍କ ସହ ବହୁ କଳାକାର ଯୋଗଦେଇଥିଲେ । ଆସନ୍ତା ୧୯ରେ ଚଳଚିତ୍ରଟି ସିନେମା ହଲରେ ପଦର୍ଶିତ ହେବ । ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତୁଳସୀ ଅପା ରାଜ୍ୟ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ଫିଲ୍ମ ରାଜ୍ୟ ଚଳଚିତ୍ର ଉତ୍ସବରେ ୬ଟି ପୁରସ୍କାର ହାସଲ କରିିଛି ।