ଲିଟିଲ ମିସ୍ ୱାର୍ଲଡ ପ୍ରତିଯୋଗୀତାର ଫାଇନାଲିଷ୍ଟ ହେଲେ ଓଡିଆ ଝିଅ ! ଭାରତର ପ୍ରତିନିଧିତ୍ୱ କରିବେ ପଦ୍ମାଳୟା ନନ୍ଦ

152

ଅନ୍ତର୍ଜାତୀୟ ସ୍ତରରେ ଓଡିଆ ଝିଅଙ୍କ କମାଲ ଜାରି ରହିଛି । ଅନେକ ଓଡିଆ ଝିଅ ଦେଶ ତଥା ଦେଶ ବାହାରେ ସେମାନଙ୍କ ପ୍ରତିଭା ପ୍ରଦର୍ଶିତ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଏମାନଙ୍କ ତାଲିକାରେ ଆଉ ଜଣେ ଝିଅ ଯୋଡି ହୋଇଛନ୍ତି । ଲିଟିଲ ମିସ୍ ୱାର୍ଲଡ ପ୍ରତିଯୋଗୀତାର ଫାଇନାଲିଷ୍ଟରେ ଅଛନ୍ତି କଟକ ତୁଳସୀପୁର ଝିଅ ।

ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଆଇନଜୀବୀ ପ୍ରସନ୍ନ ନନ୍ଦଙ୍କ ଝିଅ ପଦ୍ମାଳୟା ନନ୍ଦ । ପୂର୍ବ ଭାରତରୁ ସେ ଜଣେ ମାତ୍ର ପ୍ରତିଯୋଗୀ ଅଛନ୍ତି । ୪୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପଦ୍ମାଳୟା, ଗ୍ରୀସରେ ଆୟୋଜିତ ଲିଟିଲ ମିସ୍ ୱାର୍ଲଡ ପ୍ରତିଯୋଗୀତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ ପାଇଁ ମନୋନିତ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-