ଲାଲ କରିଡରର ମୋଧାବୀ ଝିଅ : ୨୦୧୭ ସିଭିଲ ସର୍ଭିସ ପରୀକ୍ଷାରେ ପାସ କଲେ ମାଲକାନଗିରିର ଦୁର୍ଗମ ଅଂଚଳର ସନ୍ଧ୍ୟା ସମରଥ

1,525

କନକ ବ୍ୟୁରୋ : ଲାଲ କରିଡରର ମେଧାବୀ ଝିଅ । ମାଲକାନଗିରି ଜିଲ୍ଲାର ସନ୍ଧ୍ୟା ସମରଥ ଓଏଏସର ପାଶ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ । ଗାଁ ପାଇଁ ସେ ସାଜିଛନ୍ତି ସୁନାଝିଅ । ମାଲକାନଗିରି ମାଥିଲି ବ୍ଲକର ମାଓପ୍ରବଣ ସାଲିମି ଗାଁର ରାମଦେବ ସମରଥଙ୍କ ବଡ ଝିଅ ସନ୍ଧ୍ୟା ସମରଥ । ଦିନେ ଏହି ଗାଁରେ ପାଠପଢିବା ଓ ବିଭିନ୍ନ ଜ୍ଞାନ ଆହରଣ କରିବାକୁ ମାଓବାଦୀ ସୁଯୋଗ ଦେଇନଥିଲେ ।

ମୋବାଇଲ ଓ ଟିଭି ଦେଖିବାକୁ ବାରଣ କରୁଥିଲେ । ଯଦି କୌଣସି ଲୋକ ଫୋନ ବ୍ୟବହାର କରୁଥିଲେ ମାଓବାଦୀ ମୋବାଇଲ ଛଡାଇ ନେଇଯାଉଥିଲେ । ସେଠାରେ ସନ୍ଧ୍ୟା ପିଲାଟି ଦିନରୁ ପଂଚମ ଯାଏଁ ପଢିଥିଲେ । ଆଉ ତା’ପରେ ନବଦୋୟ ସ୍କୁଲରେ ପାଠ ପଢିଥିଲେ । ପରିବାରର ଆର୍ଥିକ ଅନଟନ ସତ୍ୱେ ସେ ପାଠ ପଢିଥିଲେ । ପରେ ବିଜେବି କଲେଜରେ ଡିଗ୍ରୀ ହାସଲ କରିଥିଲେ । ବିନା କୋଚିଂରେ ସେ ୯୧ ତମ ର‌୍ୟାଙ୍କରେ ଅଛନ୍ତି ।

ସୂଚନାଯୋଗ୍ୟ ଓଡ଼ିଶା ଲୋକସେବା ଆୟୋଗର ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରୀ ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆୟୂଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ସ୍ଥାନରେ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି ।