ପ୍ରକାଶ ପାଇଲା ଓଏଏସ୍-୨୦୧୭ ପରୀକ୍ଷା ଫଳ : ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ୧୦୬ ଜଣ ଯୋଗ୍ୟ ବିବେଚିତ, ଆୟୁଷୀ ମହାପାତ୍ର ଟପ୍ପର

ପ୍ରଥମ ୧୦ ଜଣଙ୍କ ଭିତରେ ୫ଜଣ ମହିଳା !

352

କନକ ବ୍ୟୁରୋ : ଓଡ଼ିଶା ଲୋକସେବା ଆୟୋଗର ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରୀ ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଆୟୁଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ସ୍ଥାନରେ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଓପିଏସି ୱେବସାଇଟର ସୂଚନା ଅନୁସାରେ ଯୋଗ୍ୟ ବିବେଚିତ ହୋଇଥିବା ୧୦୬ ଜଣଙ୍କ ମଧ୍ୟରୁ ୪୨ ଜଣ ମହିଳା ଅଛନ୍ତି । ଏସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଶାସନିକ ସେବା ପାଇଁ ଡିସେମ୍ବା ୩ରୁ ୧୨ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ହୋଇଥିଲା ।