ଭୟଙ୍କର ବାୟୁ ପ୍ରଦୂଷଣରୁ ମିଳିବ ମୁକ୍ତି ! ଏବେ ବିକ୍ରି ହେବ ବୋତଲ ବନ୍ଦ ଶୁଦ୍ଧ ପବନ

110

ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର । ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟଜନକ । ଦିଲ୍ଲୀ ପ୍ରଦୂଷଣ ଏବେ ଏତେ ଉତ୍କଟ ହୋଇଛି ଯେ ଲୋକଙ୍କୁ କବାଟ ଝରକା ବନ୍ଦ କରି ରହିବା ପାଇଁ ପରାମର୍ଶ ଦିଆଯାଉଛି । ପ୍ରଦୂଷଣ ଯୋଗୁଁ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଏଭଳି ପରିସ୍ଥିତିରେ ପ୍ରଦୂଷଣ କମାଇବା ପାଇଁ ବିଭିନ୍ନ ବିକଳ୍ପ କଥା ଚିନ୍ତା କରାଯାଉଛି ।

ଏପରି ପରିସ୍ଥତିରେ ବିଶୁଦ୍ଧ ତଥା ତାଜା ପବନ ପାଇବା ମୁସ୍କିଲ ହୋଇପଡ଼ୁଛି । ତେବେ ଏଥିପାଇଁ ଆଉ ଦିଲ୍ଲୀବାସୀଙ୍କୁ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ।

ବଢ଼ୁଥିବା ପ୍ରଦୂଷଣକୁ ଯାଗୁଁ ଦିଲ୍ଲୀର ପବନ ପ୍ରତିଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ରାଜଧାନୀରେ ଏୟାର କ୍ୱାଲିଟି ଇନଡେକ୍ସ ଗମ୍ଭୀର ହେବାକୁ ଲାଗିଛି । ଯଦ୍ୱାରା ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି ।

ଯଦି ଦିଲ୍ଲୀର ପବନରୁ ନିଶ୍ବାସପ୍ରଶ୍ୱାସ ନେବାରେ କଷ୍ଟ ହେଉଛି । ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଏପରି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କିଛି କମ୍ପାନୀ ଶୁଦ୍ଧ ପବନ ବିକ୍ରି କରୁଛି ।

ଅନ୍ୟ ସାମଗ୍ରୀ ପରି ଅନଲାଇନରେ ଆପଣ ଶୁଦ୍ଧ ପବନ ଘରକୁ ମଗାଇପାରିବେ । ଏବଂ ପ୍ରଦୂଷଣରୁ ମୁକ୍ତି ପାଇପାରିବେ ।

ସୂଚନା ଅନୁସାରେ ପବନ ଲିଟର ହିସାବରେ ମିଳବ । ତେବେ ବତ୍ତର୍ମନା ଶୁଦ୍ଧ ପବନ କେବଳ ଅନଲାଇନରେ ହିଁ ଉପଲବ୍ଧ । କମ୍ପାନୀ ଗୁଡ଼ିକ ଖୁବ ଶୀଘ୍ର ମାର୍କେଟ ଆଣିବା ପାଇଁ ପ୍ରୟାସ କରୁଛନ୍ତି ।

ଏକ ଭାରତୀୟ କମ୍ପାନୀ ଉତ୍ତରାଖଣ୍ଡର ପାହାଡ଼ି ଅଂଚଳରର ଶୁଦ୍ଧ ପବନ ବିକ୍ରି କରୁଛି । ୧୦ ଲିଟର ଶୁଦ୍ଧ ପବନର ମୂଲ୍ୟ ରହିଛି ୫୫୦ ଟଙ୍କା ।

କମ୍ପାନୀ ଉତ୍ତରାଖଣ୍ଡର ଚମୋଲୀର ଶୁଦ୍ଧ ପବନ ବିକ୍ରି କରୁଛି । ଅନ୍ୟପଟେ ଅଷ୍ଟ୍ରେିଲିଆର ଏକ ମ୍ପାନୀ ଦୁଇଟି ଆକରରେ ନିଜ ବୋତଲ ଲଂଚ କରିଛନ୍ତି । ଏହାର ମୂଲ୍ୟ ୧୪୯୯ ଟଙ୍କା ରହିଛି । ଅନ୍ୟପଟେ କମ୍ପାନୀ ୧୫ ଲିଟର ପବନ ଯୁକ୍ତ ଏକ ଅନ୍ୟ ବୋତଲ ବିକ୍ରି ହେଉଛି । ଯାହାର ମୂଲ୍ୟ ରହିଛି ୧୯୯୯ ଟଙ୍କା ।