କନକ ବ୍ୟୁରୋ : ଶ୍ରୀମନ୍ଦିର ସେବାୟତଙ୍କୁ ପୁଣି ନୋଟିସ୍ । ଗତ ୨୮ ତାରିଖରେ ମହାପ୍ରଭୁଙ୍କୁ ଅଖିଆ ଅପୂଆ ରଖିବା ପ୍ରସଙ୍ଗରେ ୧୮ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ୫ଜଣ ଦ୍ୱାରଫିଟା ସେବାୟତଙ୍କ ସହ ୧୩ଜଣ ଧୂଳିଆ ସେବାୟତଙ୍କୁ ନୋଟିସ ଜାରି କରିଛି ପ୍ରଶାସନ ।
ଏହା ସହ ଏହି ଘଟଣା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଗତ ୨୮ତାରିଖରେ ସେବାୟତଙ୍କୁ ପୋଲିସ ମାଡ ମାରିବା ବିବାଦକୁ ନେଇ ବଡ ଦେଉଳର ଦ୍ୱାରକୁ ବନ୍ଦ ରଖିଥିଲେ ସେବାୟତ । ଫଳରେ ମନ୍ଦିର ଭିତରକୁ କେହି ଯାଇପାରି ନଥିଲେ ଓ ଠାକୁର ପୁରା ଦିନ ଉପବାସ ରହିଥିଲେ ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୭ ତାରିଖରେ ଭିତରଚ୍ଛ ସେବକ ଭବାନୀ ମହାପାତ୍ର ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହି ଘଟଣାକୁ ନେଇ ଭିତରଚ୍ଛ ସେବକ ଶ୍ରୀମନ୍ଦିର ଜୟ ବିଜୟ ଦ୍ବାର ଖୋଲିନଥିଲେ। ଫଳରେ ମହାପ୍ରଭୁ ପ୍ରାୟ ୧୪ ଘଣ୍ଟା କାଳ ଅପୂଜା, ଅଖିଆ ରହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/691107-665942-puri-temple-temple.jpg)