ଓଡ଼ଶାକୁ ନାହିଁ ବାତ୍ୟା ବିପଦ । ପାରାଦ୍ୱୀପ ଠାରୁ ହଜାରେ ୧୦୬୦ କିଲୋମିଟର ଦୂରରେ ରହିଛି ଅମ୍ପାନ୍ । ୧୮ ତାରିଖରୁ ଆରମ୍ଭ ହୋଇଯିବ ବର୍ଷା । ୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ ।

5,236

କନକ ବ୍ୟୁରୋ : ଓଡ଼ଶାକୁ ନାହିଁ ବାତ୍ୟା ପ୍ରଭାବ । ବର୍ତ୍ତମାନ ସୁଦ୍ଧା ଲଘୁଚାପ ଅବପାତ ରୂପ ନେଇ ସାରିଛି । ବାତ୍ୟା ପାରାଦୀପ ଠାରୁ ୧୦୬୦ କିଲୋମିଟର ଦୂରରେ ଅଛି । ସମୁଦ୍ର ପଥରେ ଘଂଟା ପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି । ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ରିକର୍ଭ ହେବ । ୨୦ ତାରିଖ ଦିନ ବେଳା ବାତ୍ୟା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି । ବାତ୍ୟା ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ । ସମୁଦ୍ର ଭିତରେ ବାତ୍ୟା ଓଡିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତର ଓଡିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଗଂଜାମ ଉପକୂଳରୁ କେନ୍ଦ୍ରାପଡା ଯାଏଁ ବର୍ଷା ହେବ । ୨୦ ତାରିଖ ଯାଏଁ ଉତର ଓଡିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ । ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପି.କେ ଜେନା । ବିଶେଷ ଉପକୂଳ ଓ ଉତର ଓଡିଶାର ଜିଲ୍ଲାକୁ ସତର୍କ କରାଯାଇଛି । କୋଭିଡ- କେୟାର ସେଂଟର ଛାଡି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଏସଆରସି କହିଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଓଡିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ।

ସେପଟେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା କରିବେ । ସମ୍ଭାବ୍ୟ ବାତ୍ୟା ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳ ମାନଙ୍କୁ କହିପାରନ୍ତି । ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟକୁ ନଜରରେ ରଖି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।