କନକ ବ୍ୟୁରୋ : ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ୫ ବର୍ଷ ପରେ ବି ମିଳିଲାନି ଫସଲବୀମା । ୨୦୧୧ରେ ଚିତ୍ରତ୍ପୋଳ ନଦୀରେ ବନ୍ୟା ଆସି କେନ୍ଦ୍ରାପଡା ମାର୍ଶାଘାଇ ବ୍ଳକର ଅନ୍ତେଇ ପଂଚାୟତରେ ବହୁ ଚାଷ ଜମି ନଷ୍ଟ ହୋଇଯାଇଥିଲା । ପାଇଲୋ, ଅନ୍ତେଇ, ବାଲିଘାଇ, ମନ୍ତେଇ ଗାଁରେ ବ୍ୟାପକ କ୍ଷତି ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷି ମାନଙ୍କୁ କ୍ଷତିପୂରଣ ମିଳିନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
କ୍ଷତିଗ୍ରସ୍ତ ହୋଇଥିବା ଚାଷି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଦୁଇ ଦୁଇ ଥର ବୀମାରାଶି ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ସମାଧାନ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାଂଚ ବର୍ଷ ପରେ ବି କ୍ଷତିପୂରଣଙ୍କୁ ସହାୟତା ନମିଳିବାରୁ ଏବେ ନିରାଶ ହୋଇ ସହାୟତାକୁ ଅନେଇ ବସିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-27-16h38m15s012.png)