ମାର୍ଚ୍ଚ ୩ରେ ଫାଶୀରେ ଝୁଲିଲେ ନିର୍ଭୟା ନରପିଶାଚ : କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ନିର୍ଭୟା ମା’ଙ୍କ ପ୍ରତିକ୍ରିୟା, ମୁଁ ଖୁସି ସିନା ବହୁତ ଖୁସି ନୁହେଁ . . . . . .

982

କନକ ବ୍ୟୁରୋ : ଶାସ୍ତି ପାଇବେ ନିର୍ଭୟା ନରପିଶାଚ । ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡ଼େଥ ୱାରେଂଟ ଜାରି ହୋଇଛି । ନୂଆ ଡେଟ୍ ୱାରେଣ୍ଟ ଅନୁସାରେ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ । ଏହି ନିଷ୍ପତ୍ତ ଶୁଣାଇଲେ ପଟିୟାଲା ହାଉସ କୋର୍ଟ । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ନିର୍ଭୟା ମା’ ଆଶାଦେବୀଙ୍କ ଆଶା ଦେବୀ କହିଛନ୍ତି ମୁଁ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି । ହେଲେ ବହୁତ ଖୁସି ନୁହେଁ । ଏଥରକୁ ମିଶାଇ ତୃତୀୟ ଥର ପାଇଁ ନରରାକ୍ଷାସକୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ୍ ଜାରି ହୋଇଛି । ପ୍ରତିଥର ଆଇନ୍ ସହ ଲୁଚକାଳି ଖେଳ ଖେଳି ବର୍ତ୍ତିଯାଉଛନ୍ତି ଦୋଷୀ । ଏବେ ପର୍ଯ୍ୟନ୍ତ ଝିଅକୁ ନ୍ୟାୟ ଦେବାକୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି । ମାର୍ଚ୍ଚ ୩ ତାରିଖରେ ହିଁ ଦୋଷୀକୁ ଫାଶୀ ଦିଆଯିବ ବୋଲି ଆଶା କରୁଛି ବୋଲି କହିଛନ୍ତି ନିର୍ଭୟାଙ୍କ ମା’ ।

ଆଜି ଏକ ଘଂଟା ପର୍ଯ୍ୟନ୍ତ ପଟିୟାଲ ହାଉସ କୋର୍ଟରେ ଫାଶୀକୁ ନେଇ ଚାଲିଥିଲା ଶୁଣାଣୀ । ପରେ ଦଣ୍ଡାଦେଶର ତାରିଖ ଘୋଷଣା କରିଥିଲେ କୋର୍ଟ । ୩ ଦୋଷୀ ଅକ୍ଷୟ, ବିନୟ, ମୁକେଶଙ୍କ କ୍ଷମା ପ୍ରାର୍ଥନା ପୂର୍ବରୁ ଖାରଜ ହୋଇସାରିଛି । ଜଣେ ଦୋଷୀ ପବନଙ୍କ କ୍ଷମା ପ୍ରାର୍ଥନା, କ୍ୟୁରେଟିଭି ପିଟିସନ ଆବେଦନ କରିବାକୁ ବାକି ରହିଛି । ସରକାରୀ ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଛି ହାଇକୋର୍ଟ ପକ୍ଷରୁ ଦିଆଯାଇଥିବ ସମୟ ୧୧ ଫେବୃୟାରୀରେ ଶେଷ ହୋଇଯାଇଛି । ଏବେ କୌଣସି ଦୋଷୀଙ୍କ ଆବେଦନ କୌଣସି କୋର୍ଟରେ ନାହିଁ । ଯାହା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଛି । ମାର୍ଚ୍ଚ ୩ ତାରିଖରେ ଦୋଷୀଙ୍କୁ ଫାଶୀ ଘୁଂଟରେ ଝୁଲାଇବା ନେଇ ନିଷ୍ପତି ନେଇଛନ୍ତି କୋର୍ଟ ।

ଗତ ବୁଧବାର ଦିନ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ କରା ଯାଇଥିବା ଏହି ମାମଲାର ଶୁଣାଣିକୁ ଆଜି ଅଦାଲତ ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଅପରାହ୍ଣରେ ବିଚାରପତି ଏହି ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ଏହି ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି।