ପୁରୀର ନହନ୍ତରା ସରକାରୀ ଉଚ୍ଚବିଦ୍ୟାଳୟର ବାରଣ୍ଡାରେ ଚାଲିଛି ପାଠପଢ଼ା ! ବିପଦସଂକୁଳ ପରିବେଶରେ ଚାଲିଛି ଶିକ୍ଷାଦାନ

64

କନକ ବ୍ୟୁରୋ : ବିପଦ ସଂକୁଳ ଅବସ୍ଥାରେ ଚାଲିଛି ପାଠ ପଢା । ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ଯେତିକି ଅଛି ସେଥିରେ ବଡ ବଡ ଫାଟ ଦେଖାଦେଲାଣି । ଣ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ନହନ୍ତରା ସ୍ଥିତ ନହନ୍ତରା ସରକାରୀ ଉଚ୍ଚବିଦ୍ୟାଳୟରେ ଏବେ ପାଠପଢିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷାର ମାନବୃଦ୍ଧି ପାଇଁ କେନ୍ଦ୍ର ଠାରୁ ରାଜ୍ୟସରକାରଙ୍କ ପର୍ଯ୍ୟନ୍ତ କୋଟିକୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି । ଏଥିମଧ୍ୟରେ ସୁରକ୍ଷିତ ପରିବେଶରେ ଶିକ୍ଷାଦାନ ପାଇଁ ବିଶେଷ ଗୁରତ୍ୱ ଦିଆଯାଉଛି । ତଥାପି ଗ୍ରାମାଞ୍ଚଳରେ ଏବେବି ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ବିପଦସଂକୁଳ ପରିବେଶରେ ଶିକ୍ଷାଦାନ ଚାଲିଛି । ଏପରିକି ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁ ଅପେକ୍ଷା କରିଛି କୋମଳମତି ପିଲାମାନଙ୍କୁ । ଏପରି ଏକ ବିଦ୍ୟାଳୟ ହେଉଛି ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକ ବ୍ଲକ ଅନ୍ତର୍ଗତ ନହନ୍ତରା ସ୍ଥିତ ନହନ୍ତରା ସରକାରୀ ଉଚ୍ଚବିଦ୍ୟାଳୟ । ଯେଉଁଠାରେ ଫଟା କାନ୍ଥ, ବିପଦ ସଂକୁଳ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁଁ ବାରଣ୍ଡାରେ ଚାଲିଛି ପାଠପଢ଼ା ।

niampara school problem

ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ନହନ୍ତରା ସରକାରୀ ଉଚ୍ଚବିଦ୍ୟାଳୟ । ସ୍କୁଲରେ ନବମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଜଣ ଛାଚ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ପାଠପଢୁଛନ୍ତି ପିଲା । ସ୍କୁଲ ଘରର କାନ୍ଥ ମଧ୍ୟ ଫାଟିଯାଇଛି । କେତେବେଳେ ଭୁଶୁଡିପଡିବାର ମଧ୍ୟ ଆଶଙ୍କା ରହିଛି । ଉପମହଲାକୁ ଯିବା ପାଈଁ ସିଡିଟି ମଧ୍ୟ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ବିପଦସଂକୂଳ ଭାବେ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ଏଠାରେ ପାଠପଢିବାକୁ ଭୟ କରୁଛନ୍ତି ।

ବିଦ୍ୟାଳୟଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ଗତ ୩ ବର୍ଷ ଧରି ଏବିଷୟରେ ଜିଲ୍ଲାପାଳଙ୍କ ସହିତ ଶିକ୍ଷାବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ ଶୁନ । ଭବିଷ୍ୟତରେ ଯଦି କିଛି ଅଘଟଣ ଘଟେ ସେଥପାଇଁ ଉଚ୍ଚକର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି । ବିପଜ୍ଜନକଭାବେ ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲିଛି । ପିଲାଙ୍କ ଜୀବନ ସହିତ ଖେଳନଖେଳିି ଶିକ୍ଷାବିଭାଗ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।