କନକ ବ୍ୟୁରୋ : ମହାନଦୀ ଟ୍ରିବ୍ୟୁନାଲରେ ଆଜି ଜଳବିବାଦ ନେଇ ଦ୍ୱିତୀୟ ଶୁଣାଣି ହୋଇଛି । ୨ ସପ୍ତାହ ଭିତରେ ଅଣମୌସୁମୀର ଜଳପ୍ରବାହ ବାବଦରେ ଜବାବ ଦେବାକୁ ଛତିଶଗଡକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଏ ନେଇ ସତ୍ୟପାଠ ଜରିଆରେ ମହଲତ ମାଗିଛି ଛତିଶଗଡ । ମାମଲାର ପରବର୍ତୀ ଶୁଣାଣି ଫେବୃଆରୀ ୨ ତାରିଖରେ ହେବ । ମହାନଦୀର ଉପରମୁଣ୍ଡରେ ଛତିଶଗଡର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବାକୁ ଓଡିଶା ଦ୍ୱାରା ଅନ୍ତରୀଣ ଆବେଦନ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଶୁଣାଣିରେ ଓଡିଶାର ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଟ୍ରିବ୍ୟୁନାଲ ଛତିଶଗଡ ସମେତ ୪ ରାଜ୍ୟକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତମାସ ୩ ତାରିଖରେ ଛତିଶଗଡ ଓ ମହାରାଷ୍ଟ୍ର ଦ୍ୱାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡିଶାର ଅନ୍ତରୀଣ ଆବେଦନ ଉପରେ ସତ୍ୟପାଠ ଦାଖଲ କରାଯାଇଥିଲା । ଉଭୟ ରାଜ୍ୟ ଦ୍ୱାରା ଓଡିଶା ଆବେଦନକୁ ଖାରଜ କରିବା ପାଇଁ ସତ୍ୟପାଠରେ କୁହାଯାଇଥିଲା ।