ଖାଇବା ଜିନିଷ ଖବରକାଗଜରେ ରଖୁଛନ୍ତି କି ? ସାବଧାନ, କାଳିରେ ଅଛି ବିଷାକ୍ତ ରସାୟନ

84

ଖବରକାଗଜରେ ଗୁଡା ହୋଇଥିବା ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଏବଂ ଲିଭର୍ ଉପରେ ଗଭୀର ପ୍ରଭାବ ପଡିଥାଏ । ଏଥିରେ ଗୁଡା ହୋଇଥିବା ଖାଦ୍ୟ ଗ୍ରହଣ କଲେ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଛି । ଏହା ସହ ଶରୀରର ରୋଗପ୍ରତିଶୋଧକ ଶକ୍ତି ମଧ୍ୟ କମି ଯାଇଥାଏ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଏଫଏସଏସଏଆଇ ।

ଏହି ରିପୋର୍ଟ ଅନୁସାରେ ଖବରକାଗଜରେ କ୍ଷତିକାରକ କାଳି ଓ ଅଠା ସହ ବିଷାକ୍ତ କେମିକାଲ୍ ବ୍ୟବହାର କରାଯାଇଥାଏ । ଯାହା ଖାଦ୍ୟ ଜରିଆରେ ଆମ ଶରୀର ଭିତରକୁ ଯାଇଥାଏ । ବିଶେଷ କରି ତୈଳ ଜାତୀୟ ଖାଦ୍ୟ ଓ ଜଙ୍କ୍ ଫୁଡ୍ ଜରିଆରେ ଏହି ବିଷାକ୍ତ କେମିକାଲ୍ ଶରୀର ମଧ୍ୟକୁ ଯାଇଥାଏ । ଫଳରେ ଲିଭର୍ ଉପରେ ପ୍ରଭାବ ପକାଇବା ସହ କ୍ୟାନ୍ସର୍ ପରି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ  ।

ଖବରକାଗଜ ଛାପିବା ସମୟରେ ଯେଉଁ କାଳି ବ୍ୟବହାର କରାଯାଏ, ସେଥିରେ ଏମିତି ବ୍ୟାକ୍ଟେରିଆ ପଦାର୍ଥ ଥାଏ, ଯେଉଁଗୁଡ଼ିକ ଯେତେବେଳେ କୌଣସି ଜୀବନ୍ତ ଜିନିଷ ସଂସ୍ପର୍ଶରେ ଆସନ୍ତି ସଙ୍ଗେ ସଙ୍ଗେ ସକ୍ରିୟ ହୋଇଯାଆନ୍ତି । ଏହା ବ୍ୟତୀତ ଏହି କାଳି ଓ ବ୍ୟବହୃତ ଅନ୍ୟ ରଙ୍ଗରେ ଏମିତି କିଛି ପଦାର୍ଥ ଥାଏ ଯାହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ।