ଶରୀର ପାଇଁ ଖତରନାକ ସାଜୁଥିବା ସ୍ମାର୍ଟଫୋନର ତାଲିକା ଜାରି : ଜାଣନ୍ତୁ ଆପଣଙ୍କ ଫୋନ ତାଲିକାରେ ଅଛି ନା ନାହିଁ

119

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର ବଢ଼ିଛି । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ପିଲାଠାରୁ ବୁଢ଼ାଯାଏ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । କାରଣ ସବୁ କାମ ସ୍ମାର୍ଟଫୋନ୍ ଜରିଆରେ ଅତି ସହଜରେ ହୋଇଯାଉଛି । ବିଜୁଳି ବିଲ ଠାରୁ ଆରମ୍ଭ କରି ଟଙ୍କା ପଠାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସ୍ମାର୍ଟଫୋନରେ ଗୋଟିଏ କ୍ଲିକରେ ହୋଇଯାଉଛି । ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୨୨/୨୩ ଘଣ୍ଟା ସ୍ମାର୍ଟଫୋନ କିମ୍ବା ମୋବାଇଲ ଫୋନ ଆମ ପାଖେପାଖେ ଅର୍ଥାତ୍ ଆମ ହାତରେ, ପକେଟରେ ବା ତକିଆ ପାଖରେ ରହୁଛି । ତେବେ ପ୍ରତିଦିନ ଅଧିକ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କଲେ କ’ଣ କ’ଣ ଅସୁବିଧା ହୁଏ ବା ଭିବଷ୍ୟତରେ ହେବ ସେକଥା ବିଷୟରେ ମଧ୍ୟ ଅବଗତ ଥିବେ । ବ୍ୟକ୍ତିର ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର । ସ୍ମାର୍ଟଫୋନର ବ୍ୟବହାର ଦ୍ୱାରା ବ୍ୟକ୍ତି ଶରୀରର ମେଲାଟୋନିନ୍ ହର୍ମୋନ୍ ଲେବୁଲ୍ କମ୍ ହେବାକୁ ଲାଗେ,ଯାହାକି ତାହାଠାରେ ଅନିଦ୍ରା ଜନିତ ସମସ୍ୟାକୁ ଉପୁଜାଇଥାଏ ।

ପ୍ରକୃତ କଥା ହେଲା ଫୋନ ରେଡ଼ିଏସନକ ବହୁତ ଭୟଙ୍କର ହୋଇଥାଏ । ଏହି ରେଡ଼ିଏସନ ୟୁଜରଙ୍କ ମସ୍ତିସ୍କରେ ବହୁତ ପ୍ରଭାବ ପକାଇଥାଏ । ଜର୍ମାନ ଫେଡ଼େରାଲ ଅଫିସ ଫର୍ ରେଡ଼ିଏସନ୍ ଏକ ଡାଟା ଶେୟାର କରିଛି ଯେଉଁଥିଲେ ସ୍ମାର୍ଟଫୋନ ମାନଙ୍କର ଏକ ତାଲିକା ଦିଆଯାଇଛି ଯେଉଁଥିରୁ ଅଧିକ ରେଡ଼ିଏସନ୍ ହେଉଛି । ଦେଖନ୍ତୁ ଆପଣଙ୍କ ପାଖରେ ତାଲିକାରେ ଥିବା ଫୋନ୍ ନାହିଁ ତ !

ମୋବାଇଲ ଫୋନ ବିକିରଣ ଆମ ଶରୀର ପାଇଁ ବେଶ କ୍ଷତିକାରକ । ସବୁବେଳେ ମୋବାଇଲ ଫୋନ ବ୍ୟବହାର କରାଯିବା ଦ୍ୱାରା ସାଧାରଣ ମୁଣ୍ଡବ୍ୟଥା, ସ୍ମରଣଶକ୍ତି ହ୍ରାସ, ଶୁକ୍ରାଣୁ ହ୍ରାସ ଠାରୁ ଆରମ୍ଭ କରି କ୍ୟାନସର, ଟ୍ୟୁମର ପରି ରୋଗ ହୋଇପାରେ । ଏପରିକି ଆମେ କାର ବା ବସରେ ଗଲାବେଳେ ମୋବାଇଲରୁ ସର୍ବାଧିକ ପରିମାଣରେ ବିକିରଣ ହୋଇଥାଏ । ଏଣୁ ମୋବାଇଲ ଫୋନର ବ୍ୟବହାର ଯଥାସମ୍ଭବ ହ୍ରାସ କରିବା, ହେଡ଼ଫୋନର ବ୍ୟବହାର, ରାତିରେ ଶୋଇବାବେଳେ ମୋବାଇଲ ଫୋନକୁ ଶରୀରଠାରୁ ଦୂରେଇ ରଖିବା ଲାଗି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

https://www.scrabbl.com

ମୋବାଇଲ ବିକିରଣ ଯୋଗୁଁ କେଉଁ କେଉଁ ଅସୁବିଧା ହୁଏ ?

୧. ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ ଟାୱାରରୁ ଆସୁଥିବା ବିକିରଣ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ । ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ହ୍ରାସ ପାଇଥାଏ ।

୨. ଯେଉଁମାନେ ଅଧିକ ସମୟ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ବ୍ରେନ୍ ଟ୍ୟୁମର ହେବାର ଆଶଙ୍କା ରହିଥାଏ । କାରଣ ମୋବାଇଲ ଫୋନ୍ରୁ ବାହାରୁଥିବା ରେଡିଏସନ୍ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ ।

୨. ଲାପଟପର ରେଡିଏସନ୍ରୁ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ । ଏଥିପାଇଁ ଆମେ ସବୁକିଛି ଧିରେ ଧିରେ ଭୁଲିବାକୁ ଲାଗୁ ।

୪. ଲାପଟପ୍ର ସ୍କ୍ରିନ୍ରୁ ଲଗାତାର ଭାବେ ସଫ୍ଟ ରେଡିଏସନ କିରଣ ବାହାରିଥାଏ । ଏହା ଆଖି ପାଇଁ ବହୁତ କ୍ଷତିକାରକ । ଆଖିର ବାହାର ଅଂଶରେ ପାଣି ପରି ଏକ ଦ୍ରବ୍ୟଥାଏ। ଯାହାଦ୍ୱାର ଆମର ଦୃଷ୍ଟି ସଫା ହୋଇଥାଏ । ଏହାର ଭାବରେ ଦୃଷ୍ଟି ଦୋଷ ଓ ଆଖି ବିନ୍ଧା ହେବା ଭଳି ସମସ୍ୟା ଦେଖାଦିଏ ।