ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ ଓ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତି ! ସୁରକ୍ଷାକୁ ନଜରରେ ରଖି ସ୍ଥିତି ପରଖିଲା ଅଗ୍ନିଶମ ବିଭାଗ

136

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଂଟଡାଉନ ଆରମ୍ଭ । ବିଭିନ୍ନ କ୍ଲବ ଓ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତି ଜୋରଦାର ହୋଇଛି ।ରାଜଧାନୀ ଭୁବନେଶ୍ୱରର ବଡ ବଡ ତାରକା ହୋଟେଲ ଏବଂ କ୍ଲବରେ ଜମିବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ । ଓଲିଉଡ ଏବଂ ବଲିଉଡ ତାରକାଙ୍କ ଗହଣରେ ସ୍ୱାଗତ କରାଯିବ, ନୂଆ ବର୍ଷ । ଗ୍ରାହକଙ୍କୁ ଭରପୁର ମନୋରଂଜନ ଦେବା ପାଇଁ ହୋଟେଲ ଗୁଡ଼ିକ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ।

କେବଳ ଭୁବନେଶ୍ୱର କାହିଁକି, କଟକ, ପୁରୀ, ବ୍ରହ୍ମପୁର ଏବଂ ବାଲେଶ୍ୱର ସହରରେ ବି ନୂଆବର୍ଷର ସ୍ୱାଗତ ଏବଂ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ରହିଛି ବିଭିନ୍ନ ହୋଟେଲ ଏବଂ କ୍ଲବ୍ । ଗ୍ରାହକ ଏବଂ ସଦସ୍ୟଙ୍କ ପାଇଁ ହୋଇଛି ମନୋରଂଜନର ବ୍ୟବସ୍ଥା । ଜିରୋ ନାଇଟର ସେଲିବ୍ରେସନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହୋଟେଲ ଓ କ୍ଲବ । ତେବେ ଏହି ସବୁ ପ୍ରତିଷ୍ଠାନ ଗୁଡିକର ସୁରକ୍ଷା ସମ୍ପର୍କୀତ ଯାଂଚ କରୁଛି ଅଗ୍ନିଶମ ବିଭାଗ ।

ପୂର୍ବରୁ ଅନେକ ସମୟରେ ଜିରୋନାଇଟ୍ ସେଲିବ୍ରେସନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯାଂଚ କରିଛି କମିଶନରେଟ୍ ପୋଲିସ୍ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋନାଇଟ୍ ସେଲିବ୍ରେସନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରଖାଯାଇଥାଏ । ନାଚଗୀତ ସାଂଗକୁ ଭରପୁର ମନୋରଞ୍ଜନ ବ୍ୟବସ୍ଥା ଥିବାରୁ ଜିରୋନାଇଟ୍ ପାଇଁ ବିଶେଷ ଉତ୍ସାହ ଦେଖିବାକୁ ମିଳିଥାଏ । ବିଶେଷକରି ଯୁବପୀଢ଼ି ଟଙ୍କା ଖର୍ଚ୍ଚ କରି ଏହି ରାତିର ମଜା ଉଠାଇଥାନ୍ତି ।