ଦିଲ୍ଳୀରେ ନିୟମ ଉଲ୍ଲଙ୍ଘନ କରି ଫସିଲେ ରାଜସ୍ତାନର ଟ୍ରକ୍ ଡ୍ରାଇଭର : ଗଣିଲେ ଲକ୍ଷେ ୪୧ ହଜାର ଟଙ୍କା ତଣ୍ଡ, ନୂଆ ନିୟମ ଲାଗୁ ହେବା ପରେ ଦେଶର ସବୁଠାରୁ ବଡ ଫାଇନ୍

853

କନକ ବ୍ୟୁରୋ : ସେପ୍ଟେମ୍ବର ପହିଲାରୁ ମୋଟର ଆଇନ ସଂଶୋଧନ ଆଇନ ଲାଗୁ ହେବା ପରେ ଦେଶର ସବୁଠାରୁ ବଡ ଫାଇନ ଦେଇଛନ୍ତି ରାଜସ୍ଥାନର ଟ୍ରକ ଡ୍ରାଇଭର । ନିୟମ ଉଲ୍ଲଙ୍ଘନ କରି ଦିଲ୍ଲୀରେ  ଜଣେ ଟ୍ରକ ଡ୍ରାଇଭର ତଣ୍ଡ ଗଣିଛନ୍ତି  ଲକ୍ଷେ ୪୧ ହଜାର ୭ ଶହ ଟଙ୍କା । ଓଭରଲୋଡିଂ ଯୋଗୁଁ ଏଭଳି ଫାଇନ କରିଛନ୍ତି ଦିଲ୍ଲୀ ପୋଲିସ । ରାଜରସ୍ଥାନର ଟ୍ରକ ଡ୍ରାଇଭର ଓଭରଲୋଡିଂ କରି ଦିଲ୍ଲୀ ଆସିଥିଲେ  । ଆଉ ସେଠାରେ ଦିଲ୍ଲୀ ପୋଲିସ ହାତରେ ଧରାପଡ଼ିଥିଲେ । ଦେଶର ଏହା ସବୁଠାରୁ ବଡ ଜୋରିମାନା ବୋଲି ଜଣାଯାଇଛି ।

ପୂର୍ବରୁ ସମ୍ବଲପୁରରେ ଜଣେ ଟ୍ରକ ଡ୍ରାଇଭରଙ୍କଠାରୁ ୮୬ ହଜାର ୫ ଶହ ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା । ଟ୍ରାଫିକ୍ ଯାଂଚରେ ୪ଟି ନିୟମ ଉଲଂଘନରେ ଧରାପଡିଥିଲେ ଅଣ ଓଡିଆ ଟ୍ରକ୍ ଡ୍ରାଇଭର । ଅଶୋକ ଯାଦବ ନାମକ ଟ୍ରକ ଡ଼୍ରାଇଭର, ଗାଡିରେ ଏକ ଜେସିବି ମେସିନ୍ ନେଇ ତାଳଚେରରୁ ଛତିଶଗଡ ଯାଉଥିଲେ । ଟ୍ରକର ଓଜନ ବୋହିବା କ୍ଷମତା ୪୨ ଟନ୍ ଥିବା ବେଳେ ଅତିରିକ୍ତ ୧୮ ଟନର ଓଜନ ଯାଉଥିଲା ଗାଡିରେ । ଟ୍ରାଫିକ୍ ଚେକିଂ ବଳେ ଏହାକୁ ଧରିଥିଲା ସଂବଲପୁର ପୋଲିସ । ଜୋରିମନା କସିଥିଲା ୮୬ ହଜାର ୫୦୦ ଟଙ୍କାର । ମୋଟ୍ ଉପରେ ଟ୍ରକ୍ ଉପରେ ୪ ପ୍ରକାର ନିୟମ ଉଲ୍ଲଘଂନରେ ଜୋରିମନା ହୋଇଥିଲା  ।

ଏହା ପରେ ଦିଲ୍ଲୀରେଏଭଳି ଜୋରିମାନା କରାଯାଇଥିଲା ଲକ୍ଷେ ୪୧ ହଜାର ୭ ଶହ ଟଙ୍କା । ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଟ୍ରକ ଡ୍ରାଇଭର ନାମରେ ଏହି ଫାଇନ ଲାଗୁ ହୋଇଛି । ନୂଆ ନିୟମ ଲାଗୁହେବା ପରେ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି । ଘରୁ ବାହାରିଲେ ବ୍ୟାଙ୍କ୍ ବାଲାନ୍ସ ଖାଲି ହେବା ଭୟ । ଚାରିଆଡ଼େ ପ୍ରବଳ ଜନଅସନ୍ତୋଷ ଦେଖାଦେଉଛି ।  ହେଲେ ଲୋକଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ ।