ଶାହଙ୍କ ୧୨୦ ମିଶନ ନେଇ ସନ୍ଦେହ ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ! 

92

କନକ ବ୍ୟୁରୋ : ବିଜେପିର ମିଶନ ଓଡିଶା । ବିଜେପିର ମିଶନ ୧୨୦ ଆସନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ । ଶାହଙ୍କ ମିଶନକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ମିଶନ ୧୨୦ ଫଳପ୍ରଦ ହେବ ବୋଲି ସନ୍ଦେହ କରୁଛନ୍ତି ନବୀନ । ବିଭିନ୍ନ ସମୟରେ ବିଜେପିରେ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସି ରାଜ୍ୟରେ ବିଜେପି ଶାସନକୁ ଆସିବ ବୋଲି ଦାବି କରୁଛନ୍ତି । ଅମିତ ଶାହା ନିଜର ଉଦବୋଧନରେ ବାରମ୍ବାର କହୁଛନ୍ତି ଯେ, ବିଜେପି ଓଡିଶାରେ ୧୨୦ଟି ଆସନରେ ବିଜୟ ଲାଭ କରିବ । ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସନ୍ଦେହ ଶଦ୍ଦ ବ୍ୟବହାର କରିଛନ୍ତି ମାନେ ତାଙ୍କ ମନରେ କେଉଁଠି ନା କେଉଁଠି ଅଛିକି ଭାରତୀୟ ଜନତା ପାର୍ଟି ୧୨୦ ସିଟ ପାଇବ ।

amit shahବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ତିନି ଦିନିଆ ଗସ୍ତ ପାଇଁ ବଜେପି ଶିବିର ବେଶ୍ ଚଳଚଞ୍ଚଳ ହୋଇଛି । ଗତକାଲି ଦଳୀୟ କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ସୌଦାନ ସିଂହ ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ । ଦଳୀୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ମଧ୍ୟାହ୍ନ ୧ଟା ବେଳେ ଶ୍ରୀ ଶାହ ବିମାନବନ୍ଦରରେ ପହଞ୍ଚିବେ ।

Amit-Shah_ସେଠାରେ ଏକ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନକୁ ଆସିବେ । ଅପରାହ୍ନରେ ଦଳୀୟ କାର୍ଯ୍ୟାଳୟରେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଆଜି ସନ୍ଧ୍ୟା ୫ଟାରେ ହୋଟେଲ୍ ପଲ୍ ହାଇଟରେ ହେବାକୁ ବୁଦ୍ଧିଜୀବୀ ସମ୍ମିଳନୀରେ ଶ୍ରୀ ଶାହ ଯୋଗ ଦେବେ । ୭ ତାରିଖ ସକାଳ ୮ଟାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପରେ ଦଳୀୟ କାର୍ଯ୍ୟାଳୟରେ ପୁଣି ସାଂଗଠନିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ । ତା’ପରେ ମଧ୍ୟାହ୍ନ ୧୨ଟାରେ ହୋଟେଲ୍ ନ୍ୟୁ ମାରିଅନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ୮ ତାରିଖ ଅପରାହ୍ନରେ ଜନତା ମଇଦାନରେ ହେବାକୁ ଥିବା କାର୍ଯ୍ୟକର୍ତ୍ତାଙ୍କ ମହାସମ୍ମିଳନୀରେ ଶ୍ରୀ ଶାହ ଯୋଗ ଦେବେ । ସେହିଦିନ ସନ୍ଧ୍ୟାରେ ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।