ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ! ରେଙ୍ଗାଳି ସଭାମଂଚରେ ନୀରବ ପ୍ରାର୍ଥନା କଲେ ନବୀନ

250

କନକ ବ୍ୟୁରୋ : ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରେଙ୍ଗାଳି ସଭାମଂଚରେ ୧ ମିନିଟର ନିରବ ପ୍ରାର୍ଥନା କରିଛନ୍ତି ନବୀନ । ରେଢ଼ାଖୋଲ ସଭାମଂଚରେ ମଧ୍ୟ ବେଦପ୍ରକାଶଙ୍କ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଟୁଇଟ କରି ଶୋକ ପ୍ରକାଶ କରିବା ସହ ନବୀନ କହିଛନ୍ତି, ଯେ ବେଦପ୍ରକାଶ ଅଗ୍ରୱାଲ ବିଜୁ ବାବୁଙ୍କ ଘନିଷ୍ଠ ଥିଲେ ଓ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି । ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କ ହରାଇବା ବ୍ୟକ୍ତିଗତ ଭାବେ ଓ ଦଳ ପାଇଁ ଅପୂରଣୀୟ କ୍ଷତି ।

ଏହି ଦୁଃଖଦ ସମୟରେ ସ୍ବର୍ଗୀୟ ବେଦ ପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ନବନ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ କେନ୍ଦ୍ରାପଡ଼ା ଏବଂ ତାଙ୍କୁ ଭଲପାଉଥିବା ଓ ସମ୍ମାନ ଦେଇଆସିଥିବା ପାଟକୁରାବାସୀଙ୍କ ସହ ମୁଁ ଛିଡ଼ା ହୋଇଛି ବୋଲି କହିଛନ୍ତି ।