ରାଜଧାନୀରେ ରାତିରେ ନବୀନଙ୍କ ଦୁଇ ଘଂଟିିଆ ରୋଡ ସୋ ! ହାଇଟେକ୍ ବସରେ ବୁଲି ଛକ ଜାଗାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ନବୀନ

192

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନିର୍ବାଚନ ପ୍ରଚାର । ଏହି କ୍ରମରେ ଗତରାତିରେ ରାଜଧାନୀ ରାତିରେ ଦୁଇ ଘଂଟିିଆ ରୋଡ ସୋ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକାମ୍ର ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏବଂ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ । ସଂନ୍ଧ୍ୟା ୭ଟା ୧୫ରୁ ରାତି ୯ଟା ୧୫ ପର୍ଯ୍ୟନ୍ତ ରୋଡ ସୋ କରି ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ହାଇଟେକ ବସରେ ନବୀନ ଛିଡା ହୋଇ ଭାଷଣ ଦେବା ସହ ଭୋଟ୍ ଦେବାକୁ କହିଥିଲେ ।

ନବୀନଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଏପରିକି ଲୋକମାନେ ଶଂଖ ବଜାଇ , ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ କରିଥିଲେ । ଦୁଇ ଦିନ ହେଲାଣି ଲଗାତାର ଭୁବନେଶ୍ୱରରେ ରୋଡ ସୋ କରୁଛନ୍ତି ନବୀନ ।  ଏହାପରେ ଲିଙ୍ଗିପୁର, ଶିଶୁପାଳ ଛକ, ସାମନ୍ତରାପୁର ଛକ, ଲିଙ୍ଗରାଜ ମନ୍ଦିର ସମ୍ମୁଖ, ବଢ଼େଇବାଙ୍କ, ତିନିମୁଣ୍ଡିଆ ଛକ, କୁଞ୍ଜପାଟଣା ସାହି, ରାମେଶ୍ବର ଛକ, ମ୍ୟୁଜିୟମ ଛକ, କଳ୍ପନା ଛକ, ବଡ଼ଗଡ଼ ହାଇସ୍କୁଲ ଛକ, କଳ୍ପନା ଛକରେ ପ୍ରଚାର କରିଥିଲେ। ବିଭିନ୍ନ ସ୍ଥାନରେ ନବୀନ ଭାଷଣ ଦେବା ସହ ହାତ ହଲାଇ, ନମସ୍କାର କରି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।