କନକ ବ୍ୟୁରୋ : ଆଉ ମାତ୍ର ୨ ଦିନ ପରେ ପାଟକୁରାରେ ପଡ଼ିବ ଭୋଟ୍ । ଭୋଟ୍ ହାତେଇବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ସମୟ ଯେତିକି ପାଖେଇ ଆସୁଛି, ଉତକଣ୍ଠା ସେତିକି ବଢ଼ିବାରେ ଲାଗିଛି । ସମୟ ପାଖେଇବା ସହ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ୁଛି । ଶାସକ ଓ ବିରୋଧୀ ଦଳ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଆସନ ହାତେଇବା ପାଇଁ ଚାଲିଛି ପ୍ରବଳ ପ୍ରତିଦ୍ୱନ୍ଦିତା । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ତିନି ଦଳର ଟାଣୁଆ ନେତାମାନେ ଏବେ ପାଟକୁରାରେ ଡ଼େରା ପକାଇଛନ୍ତି । ନିଜ ସପକ୍ଷରେ ଲୋକଙ୍କୁ ଆଣିବା ପାଇଁ ଚାଲିଛି ଛକାପଞ୍ଝା । ବିଜେଡ଼ି ମଧ୍ୟ ପାଟକୁରା ହାସଲ କରିବା ପାଇଁ ଜୋର ଲଗାଇ ଦେଇଛି । ପୁଣି ଥରେ ପାଟକୁରାରେ ଶଙ୍ଖ ଫୁଙ୍କିବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡ଼ି ମୁଖିଆ । ଆଜି ପାଟକୁରାରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପାଟକୁରା ନିର୍ବାଚନ ମଇଦାନରେ ୬ ଜଣ ପ୍ରାର୍ଥୀ ରହିଥିଲେ ବି କେବଳ ଦୁଇଟି ମୁହଁ ଏବେ ସମସ୍ତଙ୍କ ସାମନାରେ ଜଳଜଳ ହୋଇ ସ୍ପଷ୍ଟ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଏବଂ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ଉଭୟଙ୍କ ମଧ୍ୟରେ ଏକପ୍ରକାର ସିଧାସଳଖ ଲଢେଇ। ପୋଷ୍ଟର, ପ୍ରଚାର ଆଉ ଶକ୍ତି ପ୍ରଦର୍ଶନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସବୁ ଅଞ୍ଚଳରେ ଚାଲିଛି କଡା ଟକ୍କର। ପଞ୍ଚମ ପାଳିରେ ପାଟକୁରା ନିର୍ବାଚନ ବିଜେଡ଼ି ମୁଖିଆଙ୍କ ପାଇ ସମ୍ମାନର ପ୍ରଶ୍ନ । କୌଣସି ମତେ ପାଟକୁରା ଆସନ ଛାଡ଼ିବା ପାଇଁ ଚାହୁଁନି ବିଜେଡ଼ି । ନେତା,ମନ୍ତ୍ରୀମାନେ ଡେରା ପକାଇଥିବା ବେଳେ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପାଟକୁରାର ଭାଇଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଟକୁରାକୁ ନିଜେ ଦେଖିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହାଇଟେକ୍ ବସରେ ରୋଡ଼ସୋ’ କରିବା ସମୟରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ନବୀନ ।
ଭୁବନେଶ୍ୱରରୁ ହେଲିକପ୍ଟର୍ ଯୋଗେ ଯାଇ ମୁଖ୍ୟମନ୍ତ୍ରୀ ବାରିମୂଳରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ଆଉ ତା’ପରେ ହାଇଟେକ୍ ବସରେ ଚଢ଼ି ରୋଡ୍ ସୋ’ ଆରମ୍ଭ କରିଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀ ନହଙ୍ଗ ବାଟ ଦେଇ ଗରଦପୁର ଓ ମାର୍ଶାଘାଇ ଅଞ୍ଚଳରେ ପହଞ୍ଚି ପାଟକୁରା ଆସନର ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ପାଇଁ ରୋଡ୍ ସୋ’ ଚଳାଇଛନ୍ତି । ହାଇଟେକ୍ ବସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାଘାଟରେ ପ୍ରବଳ ଜନସମାଗମ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/SANKHA.jpg)