ଇସ୍ରୋକୁ ସାହାଯ୍ୟ କରିବାକୁ ଆଗେଇ ଆସିଲା ନାସା, ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ପଠାଇଲା ହ୍ୟାଲୋ ମେସେଜ

4,017

କନକ ବ୍ୟୁରୋ : ‘ବିକ୍ରମ’କୁ ନାସା ପଠାଇଲା ହ୍ୟାଲୋ ବାର୍ତ୍ତା । ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ନାସାର ଉଦ୍ୟମ । ଇସ୍ରୋ ସହ ନାସା ବି ବ୍ରିକମ ଲାଣ୍ଡର ସହ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ରେଡ଼ିଓ ଫ୍ରିକ୍ୱେନ୍ସି ଦ୍ୱାରା ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ।

୭ ସେପ୍ଟେମ୍ବରରେ ହାର୍ଡ ଲ୍ୟାଣ୍ଡିଂ ପରେ ବିକ୍ରମ ସହିତ  ଇସ୍ରୋର ଯୋଗାଯୋଗ ବିଚ୍ଚିନ୍ନ ହୋଇଥିଲା । ଇସ୍ରୋ ହାର ନମାନି ବାରମ୍ବାର ବ୍ରିକମ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରୁଛି । ଗୋଟିଏ ପଟେ ଇସ୍ରୋ ଉଦ୍ୟମ ଜାରି ରଖିଥିବା ବେଳେ ନାସା ମଧ୍ୟ ବ୍ରିକକ ଲାଣ୍ଡ ସହ ସମ୍ପର୍କ ସ୍ଥାପନ ପାଇଁ ହ୍ୟାଲୋ ମେସେଜ ପଠାଇଛି । ‘ବିକ୍ରମ’କୁ ନାସା ପଠାଉଛି ହ୍ୟାଲୋ ବାର୍ତ୍ତା ଚନ୍ଦ୍ରରେ ଗତିହୀନ ହୋଇ ପଡିଥିବା ବିକ୍ରିମ ଲ୍ୟାଣ୍ଡର ସହ ସଂପର୍କ ସ୍ଥାପିତ କରିବା ଲାଗି ନାସା ପଠାଇଛି ଏହି ସନ୍ଦେଶ ।

ନିଜର ଅନ୍ତରୀକ୍ଷ ଗ୍ରାଉଣ୍ଡ ନେଟୱର୍କ ଜରିଆରେ ନାସାର ଜେଟ୍ ପ୍ରୋପଲସନ ଲାବୋରଟେରୀ, ଜେପିଏଲ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ପାଇଁ ବିକ୍ରମକୁ ଏକ ରେଡିଓ ଫ୍ରିକ୍ୱେନସି ପଠାଇଛି । ମିଳିଥିବା ଖବର ଅନୁସାରେ, ଡିପ ସ୍ପେଶ ନେଟୱର୍କ ଜରିଆରେ ଏହି ସମ୍ପର୍କ ସ୍ଥାପିତ କରିବା ପାଇଁ ଉଦ୍ୟମ ହେଉଛିି । ଏଥିପାଇଁ ଇସ୍ରୋ ମଧ୍ୟ ସହମତି ପ୍ରକାଶ କରିଛି । ଯଦି ବିକ୍ରମ ସହ ନାସାର ସମ୍ପର୍କ ସ୍ଥାପିତ ହୋଇଯାଉଛି , ତାହାହେଲେ ଲ୍ୟାଣ୍ଡର ଓ ରୋବର କାମ ଆରମ୍ଭ କରିଦେବ । ଏହାଦ୍ୱାର ଭାରତର ଅନ୍ତରୀକ୍ଷ ଅଭିଯାନକୁ ଶହେ ପ୍ରତିଶତ ସଫଳତା ମିଳିପାରିବ । ‘ବିକ୍ରମ’ ସହ ଇସ୍ରୋର ଯୋଗାଯୋଗ ହୋଇଗଲେ ଭାରତର ଚନ୍ଦ୍ର ଅଭିଯାନ ୧୦୦ ପ୍ରତିଶତ ସଫଳ ହେବାର ସମ୍ଭାବନା ରହିଛି । ଏବେ ପର୍ଯ୍ୟନ୍ତ ୯୫ ପ୍ରତିଶତ ସଫଳ ହୋଇଛି  ଭାରତର ଚନ୍ଦ୍ରଯାନ ମିଶନ୍  । ଗତକାଲି ଇସ୍ରୋ କହିଥିଲା ଚନ୍ଦ୍ର ସହ ବିକ୍ରିମର ସମ୍ପର୍କ ୨.୧ କିଲୋମିଟର ଉଚ୍ଚରେ ନୁହଁ , ବରଂ ୩୩୫ ମିଟରରେ ଛିନ୍ନ ହୋଇଥିଲା