ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ ! ଯାହାକୁ ମୁଗ ଓ ମସୁର ମଧ୍ୟରେ ଫରକ ଜଣାନାହିଁ, ସେ ଦେଶକୁ କୃଷି ଶିଖାଇବାକୁ ବାହାରିଛନ୍ତି

119

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗୋରରେ ଏକ ରାଲି କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ମୋଦି । ରାଜସ୍ଥାନର ନାଗୋରରେ ମୋଦି ରାଲି ସମୟରେ କହିଛନ୍ତି, ଯେଉଁମାନଙ୍କୁ ମୁଗ ଓ ମସୁର ଭିତରେ ଫରକ ଜଣାନାହିଁ, ସେମାନେ ଆଜି ଦେଶକୁ କୃଷି ଶିଖାଇବା ପାଇଁ ବାହାରିଛନ୍ତି । ଏହାସହ ଏଠାରେ ମଧ୍ୟ ବିକାଶ ମୁଦ୍ଦାକୁ ପ୍ରାଧାନ୍ୟ ଦେଇ ଭୋଟ୍ ମାଗିଛନ୍ତି ମୋଦି ।

ମୋଦି ଏଠାରେ ନାମଦାର ତଥା ନାମୀଦାମୀ ଲୋକ ବନାମ କାମଦାର ତଥା ସାଧାରଣ ଲୋକଙ୍କ ମୁଦ୍ଦା ଉଠାଇଥିଲେ । ସେ ନିଜକୁ ଜଣେ ସାଧାରଣ ଲୋକ ବୋଲି କହିବା ସହ ରାହୁଲଙ୍କୁ ନାମୀଦାମୀ ଲୋକ ବୋଲି କହିଥିଲେ । ମୁଁ ଜଣେ ସାଧାରଣ ମଣିଷ ପରି ଜୀବନ ଅତିବାହିତ କରେ । ଜନ୍ମ ହେବା ସମୟରେ ନାଁ କୌଣସି ସୁନା ଚାମଚ ନା ରୁପା ଚାମଚ ନେଇ ଜନ୍ମ ହୋଇଛି । ଅତି ସାଧାରଣ ତଥା ଆପଣ ପରି ଜଣେ ମଣିଷ ବୋଲି ନିଜକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

କାଠ ଚୁଲା କିପରି ଜଳେ ତାହା ନାମୀଦାମୀ ଲୋକଙ୍କୁ ଜଣାନାହିଁ । ସେ କିପରି ଲୋକଙ୍କୁ ବୁଝିବେ । ଧୂଆଁରେ ଆଖିରୁ ପାଣି କିପରି ବହେ ସେକଥା ମୁଁ ଅନୁଭବ କରିଛି, ଆଉ ସେଥିପାଇଁ ଦେଶରେ ଉଜ୍ଜଳା ଯୋଜନା ପାଇଁ ମୋତେ ପ୍ରେରଣା ମିଳିଥିଲା । ଆଜି ୟୁରିଆ ଉଚିତ ସମୟରେ ମିଳିପାରୁଛିି ।

ଏହାସହ ରାଲିରେ ମୋଦି କହିଛନ୍ତି ବିଜେପି ସରକାର ସମୟରେ ୧.୨୫ ଲକ୍ଷ ଲୋକଙ୍କୁ ଘର ମିଳିଛି । ୨୦୨୨ ପର୍ଯ୍ୟନ୍ତ ସମସ୍ତଙ୍କୁ ଘର ମିଳିଯିବ । ଧୂଆଁ କ’ଣ ତାହା ନାମୀଦାମୀ ଲୋକଙ୍କୁ ଜଣାନାହିଁ । ଶେଷରେ ଭାଜପାକୁ ଭୋଟ୍ ଦେବାପାଇଁ ସେ ଅନୁରୋଧ କରିବା ସହ ନିଜର ସ୍ୱପ୍ନ ସାକାର ପାଇଁ ଭୋଟ ଦିଅନ୍ତୁ ବୋଲି  କହିଛନ୍ତି ମୋଦି ।

PM_Narendra_modi
image courtesy-https://www.moneycontrol.com

ସୂଚନାଯୋଗ୍ୟ ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ । ତା ପୂର୍ବରୁ ଗତକାଲି ରାଜସ୍ଥାନ ବିଜେପି ଜାରି କରିଛି ନିର୍ବାଚନୀ ଇସ୍ତାହାର । ରାଜସ୍ଥାନରେ ବିଜେପି ଭଗବାନ ପର୍ଶୁରାମ ବୋର୍ଡ ଗଠନ କରିବା ପାଇଁ ଘୋଷଣା କରିଛି । ତେବେ ଏଥର ବିଜେପି ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେଇଛି । ୨୫୦ କୋଟି ଚାଷୀଙ୍କ ପାଇଁ ଗ୍ରାମୀଣ ଷ୍ଟାର୍ଟ ଅପ୍ ଫଣ୍ଡ ଗଠନ କରାଯିବ, ତା ସହ ଚାଷୀଙ୍କ ପାଇଁ ଋଣ ରିହାତି ଆୟୋଗ, ପ୍ରତିଟି ଜିଲ୍ଲାରେ ଯୋଗଭବନ ପ୍ରତିଷ୍ଠା କରାଯିବ । ତା ସହ ଶିକ୍ଷିତ ବେରୋଜଗାରଙ୍କୁ ୫ହଜାର ବେରାଜଗାରୀ ଭତ୍ତା ଦିଆଯିବ । ପ୍ରତିବର୍ଷ ୩୦ ହଜାର ସରକାରୀ ଚାକିରି ନିଯୁକ୍ତି ସୃଷ୍ଟି କରାଯିବା ନେଇ ଘୋଷଣାପତ୍ରରେ ଜାରି ହୋଇଛି ।