ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତସୂଚୀ ବିଷୟରେ ସବିଶେଷ ବିବରଣୀ . . .

109

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆରେ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ଉପରେ । ଦିନ ୧ଟା ୫ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ନରେନ୍ଦ୍ର ମୋଦି । ସେଠାରୁ ୧ଟା ୪୦ରେ ଭୁବନେଶ୍ୱର ଆଇଆଇଟି ଯିବେ । ୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ କରିବେ । ୨ଟା ୩୦ରେ ଖୋର୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାସ୍ଥଳରେ ପହଁଚିବେ । ସେଠାରେ ଜନସଭାକୁ ସମ୍ଭୋଦ୍ଧନ କରିବେ । ୩ଟା ୨୦ରେ ସଭାସ୍ଥଳ ଛାଡିବେ । ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି ।

ମୋଦିଙ୍କ ଏହି ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର । ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ଏଭଳି ସ୍ଥିତିରେ କ’ଣ କହିବେ ମୋଦି ? ତାକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା । ଓଡ଼ିଶାରେ କ’ଣ କହିବେ ମୋଦି ? କ’ଣ ରହିବ ବିଜେପିର ଆଭିମୁଖ୍ୟ ଏସବୁ ଉପରେ ନଜର ଅଟକିଛି । ନବୀନଙ୍କୁ ନେଇ ନରମ ହେବେ ନା’ ସିଧାସଳଖ ଆକ୍ରମଣ କରିବେ ମୋଦି ଏସବୁ ପ୍ରଶ୍ନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ପ୍ରଧାନମନ୍ତ୍ରୀ ଅରଗୁଳରୁ ୧୪ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଖୋର୍ଦ୍ଧାରେ ଜନସଭା, ଆଇଆଇଟି ଏବଂ ନାଇଜର କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି ।