ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲା ! ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

40

କନକ ବ୍ୟୁରୋ : ନବଦିଗନ୍ତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ଜେ.ପି ଦାସ ଶ୍ରୀ ନାୟକଙ୍କୁ ୨ ଲକ୍ଷ ଟଙ୍କାର ଡିପୋଜିଟ୍‌ ସହିତ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସୁବର୍ଣ୍ଣ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏତଦ୍‌ ବ୍ୟତୀତ କୋର୍ଟଙ୍କ ବିନା ଅନୁମତିରେ ଶ୍ରୀ ନାୟକଙ୍କ ରାଜ୍ୟ ବାହାରକୁ ଯିବା ଉପରେ ମଧ୍ୟ ହାଇକୋର୍ଟ ରୋକ ଲଗାଇଛନ୍ତି । ସେହିପରି ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ଶ୍ରୀ ନାୟକଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି ।