ଦିଲ୍ଲୀ ଗଣଆତ୍ମହତ୍ୟା ଘଟଣାରେ ଆସିଲା ନୂଆ ମୋଡ : ସିସିଟିଭିରେ କଏଦ ଆତ୍ମହତ୍ୟା ପୂର୍ବର ଦୃଶ୍ୟ, ଫୁଟେଜ ବଢାଇଲା ରହସ୍ୟ

28

କନକ ବ୍ୟୁରୋ : ଦିଲ୍ଲୀ ସନ୍ଥନଗରରେ ଗୋଟିଏ ପରିବାରର ୧୧ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତରେ ଶେଷ ପର୍ଯ୍ୟାୟରେ ପହଂଚିଛି । ପୋଲିସର ସୂଚନା ଅନୁସାରେ ମୋକ୍ଷ ପାଇଁ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ସମସ୍ତ ୧୧ଜଣ ସଦସ୍ୟ ନିଜକୁ ରଶିରେ ଲଟକାଇଥିଲେ । ଏହି ଘଟଣା ପଛରେ କୌଣସି ହତ୍ୟା ଷଡଯନ୍ତ୍ର ନଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି । ଏପରିକି ଆତ୍ମହତ୍ୟା କରିବା ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀକୁ ପରିବାରର ସଦସ୍ୟ ଆଣୁଥିବାର ଦୃଶ୍ୟ ସିସିଟିଭିରୁ ସ୍ପଷ୍ଟ ହୋଇଛି । ପ୍ରାୟ ୬ଟି ଷ୍ଟୁଲ ଏବଂ ରଶି ସାଙ୍ଗରେ ନେଇଯାଉଥିବାର ଦୃଶ୍ୟ ସିସିଟିଭି ଭିଡୁଆଲରେ ଦେଖିବାକୁ ମିଳିଛି । ଉକ୍ତ ପରିବାର ଆତ୍ମହତ୍ୟା କରିଥିବା ଘରର ସାମନା ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ଜଣାପଡିଛି । ଘରର ଦୁଇଜଣ ମହିଳା ଷ୍ଟୁଲ ଧରି ଆଣୁଥିବାର ସ୍ପଷ୍ଟ ହୋଇଛି ।

delhi

ସିସିଟିଭି ଭିଜୁଆଲ ଅନୁସାରେ ୩୦ ଜୁନ ରାତି ପ୍ରାୟ ୧୦ଟା୨୦ ମିନିଟ ସମୟରେ ତାର କିଣାଯାଇଛି । ଲଳିତ ଏବଂ ତାଙ୍କ ଭାଇର ପୁଅ ଫର୍ଣ୍ଣିଚର ଦୋକାନରୁ ଏହି ତାର ଆଣୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫାଶି ଲଗାଇବା ପାଇଁ ଯେଉଁ ତାର ବ୍ୟବହାର କରାଯାଇଛି ତାହା ସିସିଟିଭି ଭିଜୁଆଲରେ ଦେଖାଯାଉଥିବା ତାର ବୋଲି ପୋଲିସ କହିଛି । ଲଳିତ ଭାଟିଆଙ୍କ ପତ୍ନୀ ନିତୁକୁ ଏହି ଆତ୍ମହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ତେବେ ଏହି କାହାଣୀକୁ ନେଇ ଲୋକଙ୍କ ମନରେ ଦିନକୁ ଦିନ ଉତ୍କଣ୍ଠା ବଢ଼ୁଛିଏବଂ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଯାହା ଘଟଣାକୁ ଆହୁରି ରହସ୍ୟମୟ କରୁଛି । କାରଣ ଏହାର କାରଣ ଖୋଲିବା ପାଇଁ ଆଉ କେହି ବି ଜୀବିତ ନାହାନ୍ତି ।