ବ୍ରହ୍ମପୁତ୍ର ନଦୀରେ ବୁଡ଼ିଗଲା ଡଙ୍ଗା : ୩ ମୃତ, ୧୧ ଉଦ୍ଧାର

41

କନକ ବ୍ୟୁରୋ : ପୂର୍ବ ଭାରତର ବଡ଼ ନଦୀ ବ୍ରହ୍ମପୁତ୍ରରେ ବୁଡ଼ିଗଲା ଡ଼ଙ୍ଗା । ଡଙ୍ଗା ବୁଡ଼ିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ଲୋକଙ୍କ ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ ଡଙ୍ଗାରେ ୪୫ ଜଣ ଲୋକ ସବାର ଥିଲେ । ସୂଚନା ଅନୁସାରେ କୂଳରୁ ୨୦୦ ମିଟର ଦୂରରେ ଡଙ୍ଗାଟି ବୁଡ଼ିଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ୍ ଓ ଏସଡ଼ିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ ପ୍ରାୟ ୪୫ ଜଣ ଯାତ୍ରୀ ୮ଟି ମୋଟର ସାଇକେଲ ସହ ଏକ ମୋଟର ବୋଟରେ ବ୍ରହ୍ମପୁତ୍ରରେ ଯାଉଥିବାବେଳେ ବୁଡ଼ିଗଲେ । ରିପୋର୍ଟ ଅନୁସାରେ ମୋଟର ବୋଟ୍ ଚାଲୁଥିବାବେଳେ ଅଚାନକ ବନ୍ଦ ହୋଇଯାଇଥିଲା ଇଞ୍ଜିନ୍ । ଦୁର୍ଭାଗ୍ୟବଶତଃ ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଆସାମରେ ପୁଣି ଥରେ ବନ୍ୟା ଆସିବା ଫଳରେ ୪ଟି ଜିଲ୍ଲା ଜଳମଗ୍ନ ହୋଇଯାଇଛି । ବନ୍ୟାରେ ପାଖାପାଖି ୧୨୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ଓ ତା’ର ଶାଖା ନଦୀରେ ବିପଦରେଖା ତଳେ ଜଳ ପ୍ରବାହିତ ହେଉଛି ।