ଚଳିତ ବର୍ଷ ସ୍ୱାଭାବିକ ରହିବ ମୈାସୁମୀ ! ପାଣିପାଗ ବିଭାଗର ପୂର୍ବାନୁମାନ,ଠିକ ସମୟରେ ଆସିବ ଓ ଭଲ ବର୍ଷିବ

43

କନକ ବ୍ୟୁରୋ : ଚାଷୀ ଓ ଦେଶର ଅର୍ଥନୀତି ପାଇଁ ଖୁସିଖବର । ଏଥର ମୌସୁମୀ ସ୍ୱାଭାବିକ ରହିବ । ଆଜି ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ଏଥର ସ୍ୱାଭାବିକ ରହିବା ସହ ବର୍ଷା ୯୬ ପ୍ରତିଶତ ରହିବ ବୋଲି କୁହାଯାଇଛି । ସାଧାରଣତଃ ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଇଥାଏ ।

୯୬ ପ୍ରତିଶତକୁ କମ ବର୍ଷାକୁ ସ୍ୱାଭାବିକଠାରୁ କମ୍ ଓ ୧୦୪ରୁ ୧୧୦ ପ୍ରତିଶତ ବର୍ଷାକୁ ସ୍ୱାଭାବିକଠାର ଅଧିକ ବର୍ଷା ବୋଲି କୁହାଯାଇଥାଏ । ଏ ବର୍ଷ ବର୍ଷା ସ୍ୱାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଘୋଷଣା ପରେ ଫସଲ ଭଲ ହେବା ଆଶା କରାଯାଉଛି ।