କନକ ବ୍ୟୁରୋ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଛନ୍ତି । ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ । ଦେଶ ଓ ସମାଜ ଗଠନରେ ମିହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ଶସକ୍ତ ହେଲେ ଦେଶ ସଶକ୍ତ ହେବ । ବିକାଶ ପ୍ରକ୍ରିିୟା ମଧ୍ୟ ତ୍ୱରାନ୍ୱିତ ହେବ । ଲୋକ ସଂଖ୍ୟାର ଅଧା ହେଉଛନ୍ତି ମହିଳା । ତେଣୁ ବିକାଶ ଦିଗରେ ତଥା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାରେ ତାଙ୍କର ନିଷ୍ପତି ଗୁରୁତ୍ୱପୂର୍ଣ୍ଣ । ଆମ ସମ୍ବିଧାନ ଲିଙ୍ଗଗତ ମତଭେଦକୁ ଦୂର କରିବା ପାଇଁ ଗୁରୁତ୍ୱ ଦେଉଛି । ଏଥିିପାଇଁ ଆମେ ଅଧିକ ସଚେତନ ହେବା ଜରୁରୀ ।

Advertisment

publive-image

ଅନ୍ୟପଟେ ମହିଳାମାନେ ସଶକ୍ତ ନହେଲେ ପରିବାର, ସମାଜ ଓ ରାଜ୍ୟର ଅଗ୍ରଗତି ହୋଇପାରିବ ନାହିିଁ । ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ମାନଙ୍କର ସହଯୋଗ ନିହାତି ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀମାନେ ସହଯୋଗ କଲେ ମହିଳା ସଶକ୍ତିକରଣ ପାଇଁ ଏକ ନୂତନ ଦିଗ ଦେଖାଇବ ବୋଲି ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

publive-image

ଏହାସହ ସେ ପତ୍ରରେ ଲେଖିଛନ୍ତି ୧୯୯୦ରେ ବିଜୁ ପଟ୍ଟନାୟକ ସାରା ଦେଶରେ ମହିଳାଙ୍କ ପାଇଁ ବିଭିନ୍ନ ପଂଚାୟତ, ପୌର ପରିଷଦ ସମେତ ସରକାରୀ ଚାକରିରେ ୩୩ ପ୍ରତିଶ ସଂରକ୍ଷଣ ଆରମ୍ଭ କରିଥିଲେ। ଆଉ ତାଙ୍କର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ବିଜେଡ଼ି ସରକାର ମହିଳାଙ୍କ ପଂଚାୟତ ଓ ପୌର ପରିଷଦର ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧ କରିଥିଲା । ତେଣୁ ଏ ଉଦ୍ୟମ ଜାରି ରହିବା ଆବଶ୍ୟକ ।

women image courtesy-http://newsmobile.in

ଏହି ବିଲ୍ ପାଇଁ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିଥିଲେ । ସଂକଳ୍ପକୁ ସାକାର ତଥା ଜୋରଦାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ମହିଳା ବିଲ୍ ପାସ ପାଇଁ ସମର୍ଥନ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଏନେଇ ଏକ କମିଟି ଗଠନ କରିଛି ବିଜେଡି । ଏହି କମିଟିରେ ବିଜେଡିର ବିଧାୟକ,ସାଂସଦ ଓ ମନ୍ତ୍ରୀ ରହିଛନ୍ତି ।