ମୋଦି ଆସୁଛନ୍ତି, ଭାଷଣ ଦେଉଛନ୍ତି ! ହେଲେ ଶାଣିତ ହେଉନି ସ୍ୱର, ଦିଲ୍ଲୀ ଗାଦିକୁ ଆଖି ଆଗରେ ରଖି କରୁଛନ୍ତି କି ଗୋଟିଚାଳନା ?

219

କନକ ବ୍ୟୁରୋ : ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ପୂର୍ବପରି ଆଉ ଶୁଭୁନି ପ୍ରଧାନମନ୍ତ୍ରୀଙ୍କ ଶାଣିତ ସ୍ୱର । ଯାହା ଜନତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ମାତ୍ର ଏକ ମାସ ଭିତରେ ୩ ଥର ଓଡ଼ିଶା ଗସ୍ତରେ ଆସିଲେଣି ମୋଦି । ହେଲେ ପୂର୍ବପରି ମୋଦିଙ୍କ ଶାଣିତ ସ୍ୱର ଆଉ ଶୁଭୁନାହିଁ । ଧୀରେ ଧୀରେ ନରମି ଗଲେଣି ମୋଦି । ଅପେକ୍ଷାକୃତ ଭାବେ ମୋଦିଙ୍କ ସ୍ୱରରେ ଯେପରି କେହି ବ୍ରେକ୍ ଲଗାଇ ଦେଇଛି ସେପରି ଲାଗୁଛି । ନବୀନଙ୍କୁ ମୋଦି କାହିଁକି ସିଧାସଳଖ ଟାର୍ଗେଟ କରୁନାହାନ୍ତି ବୋଲି ବିଭିନ୍ନ ବିତର୍କ ଆରମ୍ଭ ହୋଇଗଲାଣି । ମୋଦ-ନବୀନଙ୍କ ଭିତରେ ଭିତିରିଆ ଭାବେ କୋଳାକୋଳି ଚାଲିଛି ବୋଲି ମଧ୍ୟ ଶୁଣିବା ପାଇଁ ମିଳୁଛି । ତେବେ ରାଜ୍ୟ ସରକାର ସବୁବେଳେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରୁଛି ବୋଲି କହୁଛନ୍ତି ।

ଆଉ ମାତ୍ର କିଛି ମାସ ପରେ ଲୋକସଭା ନିର୍ବାଚନ । ଏହାପୂର୍ବରୁ ୫ ରାଜ୍ୟରେ ପ୍ରଚଣ୍ଡ ଭାବେ ବଜେପିର ପରାଜୟ ହୋଇଛି । ହାତରୁ ଖସିଯାଇଛି ବିଜେପି ସତ୍ତାରୂଢ଼ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ । ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ କିଛି ସଫଳତା ମିଳିଲା ନାହିଁ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ପୂର୍ବାଂଚଳରେ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଚାହୁଁଛି ଭାରତୀୟ ଜନତା ପାର୍ଟି । ଆଉ ଏଥିରେ ବିଜେପିର ପ୍ରଥମ ଟାର୍ଗେଟରେ ରହିଛି ଓଡ଼ିଶା । କାରଣ ଏଠାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାର ଅଛି । ଓଡ଼ିଶା ଅକ୍ତିଆର କରିବା ପାଇଁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସରେ ୩ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ।

modi-govt-mega-apprenticeship-programme-will-provide-10-lakh-jobs
image courtesy-http://zeenews.india.com

୨୦୧୪ରେ ମୋଦି ମ୍ୟାଜିକରେ ଏକାକୀ ୨୮୨ ଲୋକସଭା ସିଟ୍ ଜିତିଥିଲା ବିଜେପି । ୨୦୧୯ରେ କିନ୍ତୁ ଏହି ଲକ୍ଷ୍ୟ ଏତେ ସହଜ ନୁହେଁ । ୨୦୧୪ ନିର୍ବାଚନରେ ଯେଉଁ ଦଳ ଗୁଡ଼ିକ ବିଜେପିର ସହଯୋଗୀ ଦଳ ଥିଲେ, ସେମାନେ ବି ଧୀରେ ଧୀରେ ଦୂରେଇ ଗଲେଣି । ଏପରି ପରିସ୍ଥିତିରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ହେଲେ ବିଜେଡି, ଟିଆରଏସ୍, ଟିଏମସି, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ପରି ଆଂଚଳିକ ଦଳଗୁଡିକର ସମର୍ଥନ ନିହାତି ଆବଶ୍ୟକ । ଏହି ଆଂଚଳିକ ଦଳଗୁଡିକ ବିଜେପିର ଦୃଢ ବିରୋଧୀ ହେଲେ ମଧ୍ୟ ମେଂଟ ରାଜନୀତିରେ ସବୁ ସମ୍ଭବ । ଏକଥା ଭଲଭାବେ ଜାଣିଛନ୍ତି ନରେନ୍ଦ୍ର ମୋଦି । ଆବଶ୍ୟକ ହେଲେ ସରକାର ଗଢିବାକୁ ଏହି ଦଳଗୁଡିକର ସମର୍ଥନ ଆବଶ୍ୟକ ପଡିବ ।

ଓଡ଼ିଶାରେ ମୋଟ୍ ଲୋକସଭା ସିଟ୍ ସଂଖ୍ୟା ୨୧ । ଏଠାରୁ ଅଧକରୁ ଅଧିକ ସିଟ୍ ହାସ ପାଇଁ ବିଜେପି ଚେଷ୍ଟା କରୁଛି । ୨୦୧୪ ଲୋକସଭା ନିର୍ବାଚନରେ ୨୦ ସିଟରେ ବିଜେଡ଼ିକୁ ଓ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ସିଟ୍ । ୨୦୧୪ରେ ଶିବ ନଗରୀ ବାରାଣାସୀରୁ ନିର୍ବାଚନ ଲଢ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଥର ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାପାଇଁ ମିଳୁଛି । ବିଗତ କିଛି ଦିନ ଭିତରେ ମିଡ଼ିଆ ରିପୋର୍ଟ ଓ ବୟାନରୁ ସଙ୍କେତ ମିଳୁଛି ମୋଦି ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ।ଏ ପରି ପରିସ୍ଥିତିରେ ଓଡ଼ିଶାରେ ବିଜୁ ଜନତା ଦଳକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ମୋଦି । ଗତ ସେପଟେମ୍ବର ମାସରେ ତାଳଚେର ଓ ଝାରସୁଗୁଡା ଗସ୍ତ ବେଳେ ନବୀନ ସରକାରକୁ କଠୋର ଭାଷାରେ ସମାଲୋଚନା କରିଥିଲେ ମୋଦି ।

୨୦୧୪ ନିର୍ବାଚନ ସମୟରେ ମୋଦି ସରକାର ରାଜ୍ୟ ସରକାରଙ୍କ ଉପରେ ବର୍ଷି ଯାଉଥିଲେ । ବେଶ୍ ଆକ୍ରମଣାତ୍ମଭାବେ ନବୀନ୍ ସରକାରଙ୍କୁ ଟାର୍ଗେଟ କରୁଥିଲେ ମୋଦି । ନବୀନ ସରକାର ୧୪ ବର୍ଷ ଶାସନ କାଳରେ କିଛି କରିନାହାନ୍ତି କହୁଥିଲେ ମୋଦି । ଏ ନିଜ ଗୃହ ରାଜ୍ୟ ଗୁଜରାଟରେ ତାଙ୍କର ୧୪ ବର୍ଷ ଶାସନକାଳ ଭିତରେ ହୋଇଥିବା ଉନ୍ନତି ବଖାଣୁଥିଲେ । ହେଲେ ଏବେ ସମୟ ବଦଳିଛି । ମୋଦିଙ୍କ ସ୍ୱର ଧୀରେ ଧୀରେ କମିବାରେ ଲାଗିଛି । ଦିଲ୍ଲୀ ଗାଦିକୁ ଆଖି ଆଗରେ ରଖି ମୋଦିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହେଉଛି ବୋଲି ଶୁଣିବା ପାଇଁ ମିଳୁଛି ।

Source:google.com

ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମମ୍ବର ମାସରେ ରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଥିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ । ତାଳଚେରରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଆୟୁଷ୍ମାନ ଯୋଜନା ଓ ଟଙ୍କିକିଆ ଚାଉଳ ଯୋଜନା ସଂପର୍କରେ ଠାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ପ୍ରକଟ କରିଥିଲେ । ଓଡ଼ିଶାରେ ବିନା ହାତଗୁଞ୍ଜାରେ କିଛି ବି କାର‌୍ୟ୍ୟ ହେଉନାହିଁ କହି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ । ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି ବୋଲି ଦର୍ଶାଇ ମୋଦୀ ଗୋଟିଏ ପଟେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପର୍କରେ ସୂଚନା ଦେଇଥିବା ବେଳେ ସମାନ୍ତରାଳ ଭାବେ ଆୟୁଷ୍ମାନ ଭାରତ କାର‌୍ୟ୍ୟକ୍ରମରେ ଓଡ଼ିଶା ଯୋଗନଦେବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନାହିଁ ।

ତାପରେ ଖୋର୍ଦ୍ଧା ଗସ୍ତରେ କିନ୍ତୁ ମୋଦିଙ୍କ ହାଭଭାବ ବଦଳିଯାଇଥିଲା । କାର୍ଯ୍ୟକ୍ରମରେ  ଶାସକ ବିଜେଡି ପ୍ରତି ଅପେକ୍ଷାକୃତ ନରମ ଆଭିମୁଖ୍ୟ ଦେଖାଇଥିଲେ ମୋଦି । ଖୋର୍ଦ୍ଧା ସଭାରେ ମୋଦି, ନବୀନଙ୍କ ନାଁ ନନେଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦିଙ୍କୁ ଓଡିଶାରେ ଆଂଚଳିକ ଦଳର ସହଯୋଗ ଆବଶ୍ୟକ ପଡିପାରେ । ତେଣୁ ମୋଦି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିନାହାଁନ୍ତି ବୋଲି ରାଜନୈତି ସମୀକ୍ଷକ କହିଛନ୍ତି ।

ତାପରେ ବାରିପଦା ସମାବେଶରେ ମଧ୍ୟ ସମାନ ଜିନିଷ ଦେଖିବା ପାଇଁ ମିଳିଥିଲା । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଟ୍ରାକ ରେକର୍ଡ଼ ଖରାପ ଥିବା କହି ପରୋକ୍ଷରେ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୋକ୍ଷରେ ପିପିଲି ପ୍ରସଙ୍ଗ ଉଠାଇ ମୋଦି କହିଥିଲେ, ପିଡ଼ିତାକୁ ନ୍ୟାୟ ମିଳିଲା ନାହିଁ ବରଂ ଦୋଷୀ ନିର୍ଦ୍ଦୋଷରେ ଖସିଗଲେ ।

modi Balangir

ତେବେ ଚଳିତ ମାସରେ ତଥା ନୂଆବର୍ଷାରେ ଲଗାତାର ୨ୟ ଥର ଓଡ଼ିଶା ଆସିଛନ୍ତି ମୋଦି । ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଉପକୂଳ, ପରେ ଉତର ଓ ଏବେ ପଶ୍ଚିମ ଓଡିଶାକୁ ଆସିଛନ୍ତି ମୋଦି । ପଥରଚେପାରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାକୁ ସମ୍ବୋଧିତ କରି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ସିଧାସଳଖ ନାଁନନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଧୀରେ ମୋଦିଙ୍କ ସ୍ୱରରେ ଗତି ଧୀର ହେବାରେ ଲାଗିଛଇ । କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରନ୍ତୁ ନିର୍ବାଚନ ପର‌୍ୟ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪ ହଜାର କୋଟି ଦେଇଛନ୍ତି ।