ଦୂର ହେବ ବେକାରୀ ସମସ୍ୟା : ଆକ୍ସନରେ ମୋଦି ସରକାର, ଖାଲି ପଡ଼ିଥିବା ପଦପଦବୀକୁ ପୂରଣ କରିବାକୁ ଅଭିଯାନ ଆରମ୍ଭ 

948

କନକ ବ୍ୟୁରୋ : ଦୂର ହେବ ବେକାରୀ ସମସ୍ୟା । ଦେଶରୁ ବେକାରୀ ସମସ୍ୟା ଦୂରେଇବାକୁ ଆକ୍ସନରେ ମୋଦି ସରକାର । ଉଚ୍ଚ ଶିକ୍ଷିତଙ୍କୁ ଚାକିରି ଖଣ୍ଡେ ମିଳୁନଥିବା ପରିସ୍ଥିତିରେ ଖାଲି ପଡ଼ିଥିବା ସରକାରୀ ପଦପଦବୀ ପୂରଣ କରିବାକୁ ବଡ଼ ପଦପେକ୍ଷ ନେଇଛନ୍ତି ମୋଦି ସରକାର । ସରକାର ଖାଲି ପଡଥିବା ପଦକୁ ଭରିବା ପାଇଁ ଅଭିଯାନ ଆରମ୍ଭ କରିବେ । ନିର୍ଦ୍ଦେଶ ଅନୁସାରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗରେ ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଶ ଓ ବିକାଶ ଦର ବୃଦ୍ଧି କରିବା ପାଇଁ ତିଆର ହୋଇଥିବା ମନ୍ତ୍ରିମଣ୍ଡଳ ସମିତି ବୈଠକର ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସକରାରଙ୍କ ଅଧିନରେ ଥିବା ସମସ୍ତ ପଦପଦବୀରେ ଶୀଘ୍ର ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । କ୍ୟାବିନେଟ୍ କମିଟି ନିର୍ଦ୍ଦେଶ ଅନୁସାରେ, ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଚିଠି ଲେଖି ଏ ସମ୍ମନ୍ଧରେ ଅବଗତ କରାଯାଇଛି । ବେକାରୀ ସମସ୍ୟାକୁ ଶେଷ କରିବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି ।

ମୋଦି ସରକାର ଅର୍ଥବ୍ୟବସ୍ଥାକୁ ସଜାଡ଼ିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଏଥିପାଇଁ ବଜେଟରେ ବଡ଼ ଘୋଷଣା କରିବା ପାଇଁ ପ୍ରସ୍ତୁତି ହୋଇଛି । ଅନ୍ୟପଟେ ଦେଶରେ ବଡ଼ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରି ଦେଶକୁ ଏକ ବଡ଼ ସନ୍ଦେଶ ଦେବାପାଇଁ ଯୋଜନା କରିଛନ୍ତି । ବିରୋଧୀ ଦଳ ଲଗାତାର ରୋଜଗାର ଓ ନିବେଶକୁ ନେଇ ପ୍ରାରମ୍ଭରୁ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ମୋଦି ସରକାରଙ୍କ ଏହି ଅଭିଯାନ ସଫଳ ହେଲେ ବିରୋଧୀଙ୍କ ମୁହଁରେ ତାଲା ଲାଗିଯିବ ।