ଟଙ୍କା ଲୁଟି ଦେଶ ବାହାରେ ମଉଜ କରିପାରିବେନି ଅପରାଧୀ । ମିସେଲଙ୍କ ଠାରୁ ମାଲ୍ୟା, ସପ୍ତାହକ ଭିତରେ ମୋଦିଙ୍କ ବଡ଼ ବିଜୟ

497

ଆଉ କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନ । ଆଉ ତା’ପୂର୍ବରୁ ରହିଛି ସେମିଫାଇନାଲ୍ । ଆସନ୍ତାକାଲି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ । କିଏ ବିଜୟ ହାସଲ କରିବ ଆଉ କିଏ ପରାଜିତ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏଦୃଷ୍ଟିରୁ ଏହାକୁ ସେମିଫାଇନାଲ କୁହାଯାଉଛି । ଦେଶରେ ନିର୍ବାଚନୀ ମାହୋଲ । ନୂଆ ସମୀକରଣ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନର ଫଳାଫଳରୁ ହିଁ ଆକଳନ କରିହେବ ଦେଶର ଜନତାଙ୍କ ମନରେ କ’ଣ ଅଛି । କାହାକୁ ସତ୍ତାକୁ ଆଣିବା ପାଇଁ ଚାହୁଁଛନ୍ତି ଲୋକେ । ଆଗକୁ ଥିବା ନିର୍ବାଚନ ନେଇ ଗୋଟିଏ ପଟେ ମୋଦି ସରକାରଙ୍କ ଆସନ ଟଳମଳ ହେଉଥିବା ବେଳେ ଅନ୍ୟପଟେ ୭ ଦିନ ଭିତରେ ହିଁ ଭାରତ ଦୁଇ ଦୁଇଟି କୂଟନୈତିକ ବିଜୟ ହାସଲ କରିଛି । ଏହା ମୋଦି ସରକାରଙ୍କ ପାଇଁ ଏକ ବଡ଼ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ।

narendra-modi
image courtesy-https://www.bgr.in

ଭାରତ ଆସିବେ ମଦ ସମ୍ରାଟ ବିଜୟ ମାଲ୍ୟା । ଭାରତୀୟ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କ କେସରେ ମୋଦି ସରକାରଙ୍କୁ ମିଳିଛି ସଫଳତା । ଲଣ୍ଡନ କୋର୍ଟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟପଟେ ମାଲ୍ୟାଙ୍କ ପାଖରେ ଅଛି ୧୪ ଦିନରେ ସମୟ । ଏହି ସମୟସୀମା ମଧ୍ୟରେ ବିଜୟ ମାଲ୍ୟା ଉପର ଅଦାଲତରେ ଅପିଲ କରିପାରିବେ । ତେବେ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ସେମିଫାଇନାଲ ପୂର୍ବରୁ ମୋଦି ସରକାରଙ୍କ ପାଇଁ ବଡ଼ ସଫଳତା ବୋଲି କୁହାଯାଇଛି ।

ବିଭିନ୍ନ ଭାରତୀୟ ବ୍ୟାଙ୍କରୁ କୋଟ କୋଟି ଟଙ୍କା ଠକିନେଇଥିଲା ମାଲ୍ୟା ପାଇଁ ଅନେକ ସମୟରେ ବିରୋଧୀଙ୍କ ଟାର୍ଗେଟର ଶିକାର ହେଉଥିଲ ମୋଦି ସରକାର । । ମଦ ସମ୍ରାଟଙ୍କୁ ପଳାୟନ ପଛରେ ସରକାରଙ୍କ ହାତ ଥିବା ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରୁଥିଲେ । ତେବେ ଏପ୍ରସଙ୍ଗରେ ସିବିଆଇ ଆଡ଼କୁ ମଧ୍ୟ ଇସାରା ହୋଇଥିଲା । ମାଲ୍ୟାଙ୍କ ପାଇଁ ତେବେ ମଝିରେ ମଝିରେ ମଦ ସମ୍ରାଟଙ୍କ ବିଭିନ୍ନ ବୟାନ ଦେଶରେ ରାଜନୈତିକ ଝଡ଼ ମଧ୍ୟ ସୃଷ୍ଟି କରିଥିଲା ।

ସୂଚନାଯୋଗ୍ୟ କିଛିଦିନ ତଳେ ମାଲ୍ୟା କହିଥିଲେ ଯେ ସେ ଯେଉଁଠାରେ ବି ଥାଆନ୍ତୁ, ଅର୍ଥ ପରିଶୋଧ କରିବାକୁ ରାଜି ଅଛନ୍ତି । ବ୍ୟାଙ୍କମାନେ ତାହାକୁ ନିଅନ୍ତୁ । କିନ୍ତୁ ସେ ଚୋରୀ କରିଥିବା ଚର୍ଚ୍ଚା ବନ୍ଦ ହେଉ ।

ସେପଟେ ଭିଭିଆଇପି ହେଲିକପ୍ଟର ଲାଂଚ କାରବାର ମାମଲାରେ ଗତ ସପ୍ତାହରେ ଗିରଫ ହୋଇଥିଲେ ମଧ୍ୟସ୍ଥି କ୍ରିଷ୍ଟିଆନ୍ ମିସେଲ । ୩,୬୦୦ କୋଟିର ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ହାତରେ ଗିରଫ ହୋଇଥିବା ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲଙ୍କୁ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଆଜି ଆଉ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ଦେଇଛନ୍ତି । ପ୍ରଥମ ଦଫାରେ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ଯାଇଥିବା ଖ୍ରୀଷ୍ଟିଆନ୍ ମିସେଲଙ୍କୁ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଥିଲା । ଆଉ ଆଜି ସିବିଆଇ ପକ୍ଷରୁ ତାଙ୍କୁ ପାଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା । ତେବେ, ଖ୍ରୀଷ୍ଟିଆନ୍ ମିସେଲ ସିବିଆଇକୁ ତଦନ୍ତରେ ସହଯୋଗ କରୁ ନଥିବା ଦର୍ଶାଇ ତାଙ୍କୁ ଆଉ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ।