ସମ୍ବଲପୁର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ! ବିଜେଡ଼ି ସରକାରଙ୍କୁ ଟାର୍ଗେଟ କରିବା ସହ ପୁଣି ସରକାର ଗଠନ ପରେ ସମସ୍ତ ଓଡ଼ିଶାବାସୀଙ୍କୁ ପକ୍କା ଘର ଦେବାର ପ୍ରତିଶ୍ରୁତି ଦେଲେ ମୋଦି

227

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା । ଓଡ଼ିଶାରେ ନିର୍ବାଚନ ଚାଲିଥିବା ସମୟରେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ଆଜି ସମ୍ବଲପୁର ସାଧାରଣ ସଭାରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ସଭାରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଓଡିଶା ଆସିବା ତାଙ୍କ ପାଇଁ ତୀର୍ଥଯାତ୍ରା ଭଳି । ପ୍ରଥମ ପର୍ଯ୍ୟାୟ ଭୋଟ ପରେ ପୁଣି ମୋଦି ସରକାର ଆସିବ ବୋଲି ତାଙ୍କର ବିଶ୍ୱାସ ଅଛି ।

ଓଡ଼ିଶାର ବିଜେଡ଼ି ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ବଳ ସରକାରଙ୍କ ଯୋଗୁଁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଓଡ଼ିଶା ଗରିବ ହୋଇ ରହିଯାଇଛି । ଓଡିଶାରେ ମହାନଦୀ ଅଛି, କିନ୍ତୁ ଚାଷୀ ଚାଷ କରିପାରୁନାହାନ୍ତି ବୋଲି ମୋଦି ସଭାକୁ ସମ୍ବୋଧିତ କରି କହିଛନ୍ତି । ସେହିପରି ସେ କହିଛନ୍ତି ଯେ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଖାଲି ତାକୁ ଠିକ ଭାବେ କାର୍ଯ୍ୟକାରୀ କରିବାର ଅଭାବ ରହିଛି । ମହାନଦୀ ଓ ହୀରାକୁଦ ଥିଲେ ବି କୃଷକଙ୍କ ହାତ ବନ୍ଧା ହୋଇଛି । ହେଲେ କୃଷକ ଟୋପା ଟୋପା ପାଣି ପାଇଁ ଡହକବିକଳ ହେଉଛନ୍ତି । ୨୩ ମେ ଫଳାଫଳ ଆସିବ । ପୁଣି ଥରେ ସରକାର ଗଢିବ ଭାଜପା ସରକାର ବୋଲି ଦୃଢ଼ୋକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ । ଓନିଶାର ଜନତାଙ୍କ ବ୍ୟାଙ୍କ ଖାତାକୁ ସିଧା ସିଧା ସହାୟତା ପହଞ୍ଚିବ । ଜନତାଙ୍କ ଟଙ୍କାରେ କୌଣସି ବି ଦଲାଲ ପଞ୍ଜା ମାରିପାରିବ ନାହିଁ ।

ପୁଣି ଥରେ ଭାଜପା ସରକାର ଗଠନ ହେଲେ ପାଣି ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ତିଆରି କରାଯିବ । ବର୍ଷା ପାଣିର ବ୍ୟବହାର ପାଇଁ ନୂଆ ମିଶନ ହେବ । ପାଣି ସମସ୍ୟା କମ ହୋଇଯିବ । ଲୋକଙ୍କୁ ପାଣି ପାଇଁ ଡହକ ବିକାଳ ହେବାକୁ ପଡ଼ିବ ନାହିଁ । ଅଟଳ ସରକାରଙ୍କ ସମୟରେ ଆଦିବାସୀଙ୍କ ପାଇଁ ମନ୍ତ୍ରାଳୟ ହୋଇଥିଲା । ବିଜେପି ସରକାର ଗଢ଼ିଲେ ମତ୍ସ୍ୟଜୀବୀଙ୍କ ପାଇର୍ ଭିନ୍ନ ମନ୍ତ୍ରାଳୟ ତିଆରି ହେବ । ଖଣିଜ ସମ୍ପଦ ଓ ଓଡ଼ିଶାର ଶକକ୍ତି । ଓଡ଼ିଶାରଏହି ଶକ୍ତି ଯୋଗୁଁ ଦେଶ ଭାରତ ଆଉ ଅଧିକ ଶକ୍ତିଶାଳୀ ହେଉଛି । କିନ୍ତୁ ଓଡ଼ିଶା ଜଙ୍ଗଲରେ ରହୁଥିବା ଲୋକେ ଲୁଟର ଶିକାର ହେଉଛି ।

କେନ୍ଦ୍ର ରାଜ୍ୟକୁ ବିପୁଳ ପରିମାଣରେ ଟଙ୍କା ଦେଉଛନ୍ତି । ହେଲେ ରାଜ୍ୟର ବିଜେଡ଼ି ସରକାର ଟଙ୍କା ଖର୍ଚ୍ଚ କରିପାରୁନାହି । ଓଡ଼ିଶାବାସୀ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜେଡ଼ି ସରକାରଙ୍କୁ ଏଥର ହଟାଇବା ଜରୁରୀ । ୨୦ ବର୍ଷ ଆଖି ବନ୍ଦ କରି ଜନତା ନବୀନ ସରକାରଙ୍କ ଉପରେ ଭରସା କଲେ । ହେଲେ ଓଡ଼ିଶାବାସୀ ଏବେ ମନ ପରିବର୍ତ୍ତନ କରିଛନ୍ତି । ଏଠାରେ ସରକାର ଚାଲାକିରେ କାମ କରୁଛି । ୧ ଟଙ୍କିଆ ଚାଉଳ ପାଇଁ କେନ୍ଦ୍ର ସରକାର ୧୯ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଇ ଜନତାଙ୍କ ନିକଟରେ ପହଞ୍ଚାଉଛନ୍ତି । ଓଡ଼ିଶା ସରକାର ଶସ୍ତାରେ ଚାଉଳ ଦେଉଛନ୍ତି କହି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ବିଗତ ୫ ବର୍ଷରେ ଓଡ଼ିଶାବାସୀଙ୍କୁ ୧୨ ଲକ୍ଷରୁ ଅଧିକ ଘର ମିଳିଛି । ୨୦୨୨ ପର୍ଯ୍ୟନ୍ତ ଓଡ଼ିଶାରେ ସମସ୍ତଙ୍କର ନିଜର ପକ୍କା ଘର ହେବ । ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ ଲାଗୁ ହେବା । ଯୋଜନା ଲାଗୁ ହେବାପରେ ଗରିବ ପରିବାରଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ ।